ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଯୁଦ୍ଧ ଆରମ୍ଭ ହେବା ସମୟରେ ପ୍ରାୟ ୨୦ ହଜାର ଭାରତୀୟ ଫସି ରହିଥିଲେ । ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଅଧାରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ସ୍ୱଦେଶ ଫେରାଇ ଅଣାଯାଇଛି । ଅନ୍ୟପଟେ ଋଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ ବୟାନ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧା ଆଲୋଚନା ହେଲେ ଯୁଦ୍ଧ ଉପରେ ରୋକ ଲାଗିପାରିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି । ସିଧାସଳଖ ଆଲୋଚନା ପାଇଁ ସେ ନିଜର ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଆହ୍ବାନ ଦେଇଛନ୍ତି ।
ସେପଟେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫ୍ରାନ୍ସ ପ୍ରତିପକ୍ଷଙ୍କୁ କହିଛନ୍ତି ୟୁକ୍ରେନରେ ଋଷିଆର ଅପରେସନର ଦୁଇଟି ମୁଖ୍ୟ ଉଦେଶ୍ୟ ରହିଛି। ପ୍ରଥମଟି ୟୁକ୍ରେନର ଡିମିଲିଟାରାଇଜେସନ ଏବଂ ଦ୍ବିତୀୟଟି ନିଉଟ୍ରାଲ ଷ୍ଟାଟସ । ଯାହାକି କୌଣସି ବି ପରିସ୍ଥିତିରେ ଋଷିଆ ହାସଲ କରିବ ।