ଏହି ସବୁ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ହାର ଅଧିକ ଥିବା ବେଳେ ଏହାକୁ କିପରି ରୋକାଯାଇ ପାରିବ ସେ ଦିଗରେ ବୈଠକରେ ଆଲୋଚନା ହେବ । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଟିକେ କମିଥିବା ବେଳେ ବି କିଛି ରାଜ୍ୟରେ ଏବେ ବି ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର କିଛି ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଇ ବଢୁଥିବା ସଂକ୍ରମଣର କାରଣ ଉପରେ ଅନୁଧ୍ୟାନ କରୁଛି । ଏଭିଳି ସ୍ଥିତିରେ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେସ୍ ଗୁରୁତ୍ୱ ବହନ କରୁଛି ।
ଆଜି ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟାରେ ଭିଡିଓ କନଫେରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ରାଜ୍ୟର କରୋନା ସ୍ଥିତି ଓ ମୁକାବିଲା ନେଇ ଆଲୋଚନା କରାଯିବ । ଆସାମ, ତ୍ରିପୁରା, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ସକ୍କିମର ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରିବେ ।
Download Argus News App
