ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କରାଯାଉଛି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ଓ ଭିଆଇପିଙ୍କ ସୁରକ୍ଷା ପାଇଁ ପୋଲିସ କମିଶନରେଟ ପକ୍ଷରୁ ହୋଇଛି ସ୍ଵତନ୍ତ୍ର ବୈଠକ । ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯିବ ତାହାକୁ ନେଇ ଆଲୋଚନା କରାଯିବା ସହ ପ୍ରସ୍ତୁତ କରାଯାଇଛି ରୋଡ ମ୍ୟାପ । ଏୟାରପୋର୍ଟ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ବ୍ୟାରିକେଟ କରାଯିବ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଲାଗୁ ହେବ ଟ୍ରାଫିକ୍ କଟକଣା । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର ଏବଂ ଭୁବନେଶ୍ଵର ଡିସିପି । ଡଗ ସ୍କ୍ଵାର୍ଡ ଏବଂ ବମ୍ ସ୍କ୍ଵାର୍ଡ ମଧ୍ୟ ଆଜି ସଭାସ୍ଥଳ ଯାଞ୍ଚ କରିଛନ୍ତି ।
ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ୩ ଟି ବଡ଼ ବଡ ଷ୍ଟେଜ କରଯାଇଛି । ଜନତା ମଇଦାନର ପ୍ରବେଶ ଏବଂ ପ୍ରସ୍ଥାନ ଗେଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଉଚ୍ଚତମ ଅଟ୍ଟାଳିକାରେ ବନ୍ଧୁକଧାରୀ ପୋଲିସ ବାହିନୀ ମୁତୟନ ରହିବେ । ୬ରୁ ଅଧିକ ପୋଲିସ ଆଉଟ୍ ପୋଷ୍ଟ ହୋଇଛି।
ସେହିପରି ବିଜେପି ସରକାରର ୧୦୦ ଦିନ ପୂର୍ତ୍ତିକୁ ବି ଭବ୍ୟ ଭାବେ ପାଳନ କରାଯିବ । ରାଜ୍ୟ ସ୍ତରରେ ଏକ ବଡ ସଭା ସହ ସମସ୍ତ ଜିଲ୍ଲାରେ ବି ଆୟୋଜନ ହେବ କାର୍ଯ୍ୟକ୍ରମ । ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଧାୟକ ମାନେ ଉପସ୍ଥିତ ରହିବେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ସେହିପରି ପ୍ରତି ନିର୍ବାଚନ ମଣ୍ଡଳୀରେ ଲକ୍ଷେ ସଦସ୍ୟ ଏବଂ ପ୍ରତି ବୁଥରେ ୩ ଜଣ ସକ୍ରିୟ ସଦସ୍ୟ କରିବାକୁ ବି ଟାସ୍କ ଦିଆଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର