୨୦୧୬ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ BPL ଶ୍ରେଣୀର ପାଞ୍ଚକୋଟି ମହିଳାଙ୍କୁ LPG ସଂଯୋଗ ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପରେ ୨୦୧୮ ରେ ଯୋଜନାର ବିସ୍ତାର କରାଯାଇ ST, SC, PMAY, AAY,, ପଛୁଆ ଶ୍ରେଣୀ, ବରରାସୀ, ଦ୍ବୀପପୁଞ୍ଜ ନାଁରେ ବିଭକ୍ତ କରି ୮ କୋଟି LPG ସଂଯୋଗ ପ୍ରଦାନ କରାଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଉଜ୍ଜଳା ଯୋଜନା ଅଧୀନରେ ଏକ କୋଟି ଅତିରିକ୍ତ ଏଲପିଜି ସଂଯୋଗର ବ୍ୟବସ୍ଥା ଘୋଷଣା କରାଯାଇଛି ।
ଆଜି ଉଜ୍ଜଳା ଯୋଜନା ୨.୦କୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଲଞ୍ଚ କରୁଥିବା ବେଳେ ଏହି କାର୍ୟ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ପୁରୀ ଉପସ୍ଥିତ ରହିବେ । ଏନେଇ ଉତ୍ତର ପ୍ରଦେଶ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।