ଏତେ କମ ବୟସରେ ଗୀତ ଗାଈ ରାତାରାତି ସେନ୍ ସେନ୍ ପାଲଟିଥିବା ଏହି କୁନି ରାପର୍ ହେଉଛନ୍ତି ଛତିଶଗଡ ସୁକୁମା ଜିଲ୍ଲାର ସହଦେବ ଡିର୍ଡୋ । ଗତ ଦୁଇ ବର୍ଷ ତଳେ ପଞ୍ଚମ ଶ୍ରେଣୀରେ ପଢୁଥିବାବେଳେ ସହଦେବଙ୍କୁ ତାଙ୍କର ଶିକ୍ଷକ ବଚପନ ଗୀତ ଗାଇବାକୁ କହିଥିଲେ । ଆଉ ସେ ଗାଇବା ବେଳେ କେହି ଜଣେ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଛାଡିଦେଇଥିଲା । କିନ୍ତୁ ସେତେବେଳେ ଏହି ଭିଡିଓକୁ ଏତେ କିଏ ଦେଖିନଥିଲେ । କିନ୍ତୁ ଏବେ ଏହି ଗୀତ ଖୁବ ଭାଇରାଲ ହେବାରେ ଲାଗିଛି ।
ସେତେବେଳେ ସହଦେବଙ୍କୁ 10 ବର୍ଷ ହୋଇଥିଲା । ବର୍ତ୍ତମାନ ସେ 12 ବର୍ଷର ହୋଇଥିବାବେଳେ ସପ୍ତମ ଶ୍ରେଣୀରେ ପଢୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସହଦେବଙ୍କ ଘରେ ନା ତ ଟିଭି ଅଛି , ନା ମୋବାଇଲ । କିନ୍ତୁ ତାଙ୍କର ଗୀତ ପ୍ରତି ରହିଛି ଅହେତୁକ ଭଲ ପାଇବା । ସବୁବେଳେ ସେ ସାଙ୍ଗମାନଙ୍କୁ ଗୀତ ଗାଈ ଶୁଣାଇଥାନ୍ତି ।
ଏତେ ବର୍ଷ ପରେ ସହଦେବ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ର୍ୟାପର୍ ବାଦଶାହ । ଯିଏ ସହଦେବଙ୍କ ଗାଇଥିବା ଗୀତକୁ ରିମିକ୍ସ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ । ଆଉ ତା ପରେ ଏହି ଗୀତ ଟି ଭାଇରାଲ ହେବା ପରେ ଅଚାନକ ସହଦେବ ଚର୍ଚ୍ଚାକୁ ଆସିଛନ୍ତି ସହଦେବ । ନିକଟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସହଦେବଙ୍କୁ ଭେଟିଥିଲେ । ତାଙ୍କ ଗୀତକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ । ତାଙ୍କ ଗୀତର ଭରପୁର ମଜା ଉଠାଇଥିଲେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ।