ଆସନ୍ତୁ ଜାଣିବା କଣ ଥିଲା ସେ କାହାଣୀ ? ଆଉ ସତ ହେଲା କିପରି..?
ରାଜ୍ୟ ସରକାରଙ୍କ କେରଳ ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଟେକ୍ନୋଲୋଜି ଫର ଏଜୁକେଶନ ପରିୟୋଜନା ଦ୍ୱାରା ଲିଟିଲ କିଟ୍ସ ପହଲ ତରଫରୁ ସ୍କୁଲରେ ବେଲ୍ଲାରାମ କଲ୍ଲୁକଲ ନାମକ ମାଗାଜିନ ପ୍ରକାଶ ପାଇଥିଲା। ଏହି ମାଗାଜିନ୍ ରେ ଛାତ୍ରୀ ଲାୟାଙ୍କ କାହାଣୀର ନାମ ଥିଲା 'ଆଗ୍ରହନ୍ତିତେ ଦୁରାନୁଭବମ' ଅର୍ଥାତ ଇଚ୍ଛାର ଦୁଃଖଦ ଘଟଣା। କାହାଣୀରେ ଦୁଇ ଜଣ ଝିଅ ଆଲମକ୍ରୁଥା ଏବଂ ଅନାସ୍ୱରା ଙ୍କୁ ଚିତ୍ରିତ କରାଯାଇଛି। ଆସନ୍ତୁ ଏବେ କାହାଣୀ ଭିତରେ ପସିବା।
ସ୍କୁଲ ଛୁଟି ପରେ ଦୁଇ ସାଙ୍ଗ ଆଲମକ୍ରୁଥା ଏବଂ ଅନାସ୍ୱରା ନିଜ ଗାଁ ପାଖ ନଦୀ କୂଳରେ ବୁଲିବା ଏବଂ ମଜାମସ୍ତି କରିବାର ଯୋଜନା କରିଲେ। ନଦୀ କୂଳେ କୂଳେ ଯାଇ ପହଞ୍ଚିଗଲେ ଏକ ଝରଣା ବହୁ ଥିବା ସ୍ଥାନରେ। ଦୁଇ ସାଙ୍ଗ ମିସି କରି ଝରଣାକୁ ଖୁବ୍ ଉପଭୋଗ କରୁଥାନ୍ତି ଠିକ୍ ସେଇ ସମୟରେ ଏକ ଚଢେଇଟି ତାଙ୍କ ନିକଟକୁ ଆସିଲା। ଏହି ଚଢେଇଟି ଅନ୍ୟ ପକ୍ଷୀମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଚଢେଇଟି ଦୁଇ ଝିଅଙ୍କୁ କହିଲା 'ଏଠୁ ଅତି ଶୀଘ୍ର ଚାଲିଯାଅ'। କାରଣ ଗୋଟିଏ ବଡ ବିପଦ ଆସିବାକୁ ଯାଉଛି'। ଯଦି ତୁମେ ସୁରକ୍ଷିତ ରହିବାକୁ ଚାହୁଁଛ ତେବେ ତୁରନ୍ତ ଏଠାରୁ ଚାଲିଯାଅ'। ଦୁଇ ଝିଅଙ୍କୁ ଏହି ଚେତାବନୀ ଦେଇ ଚଢେଇଟି ଉଡିଗଲା। ଚଢେଇର ଚେତାବନୀ ଶୁଣି ଦୁଇ ଜଣ ସେ ସ୍ଥାନରୁ ଦୌଡିବାକୁ ଲାଗିଲେ। ଦୌଡିବା ସମୟରେ ସେମାନେ ପାହାଡ ପାଖରେ ଦେଖିବାକୁ ପାଇଲେ ପାହାଡର ନିମ୍ନଭାଗରୁ ପ୍ରଖର ଭାବେ ପାଣି ମାଡି ଆସୁଛି। ଆଉ ତାପରେ ଯେଉଁ ଚଢେଇଟି ଚେତାବନୀ ଦେଇଥିଲା ସେ ଜଣେ ସୁନ୍ଦର ଝିଅ ରେ ପରିଣତ ହୋଇଯାଉଛି।
ଆଉ ମାଡି ଆସୁଥିବା ପାଣିରେ ସେ ସୁନ୍ଦର ଝିଅଟି ଭାସିଯାଉଛି। ଛାତ୍ରୀ ଲାୟାଙ୍କ ଏ କାହାଣୀରେ ଯେଉଁ ଭାବେ ବିପର୍ଯ୍ୟୟର ଆଲୋଚନା କରାଯାଇଥିଲା ସେହିପରି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି କେରଳରେ। ଓ୍ୱୟନାଡରେ ପ୍ରକୃତି ଯେଉଭାବେ ତାଣ୍ଢବ ରଚିଲା ତାହା କେବେ ଭରଣ ହୋଇପାରିବନ। ସବୁ ସ୍ଥାନରେ ବିନାଶର ଏକ ଭୟଙ୍କର ଦୃଶ୍ୟ ଦୃଶ୍ୟମାନ ହେଉଛି। ଯେଉଁଠି ନଜର ପଡୁଛି ସେଇଠି ଧ୍ୱଶ ହୋଇଥିବା କୋଠା, ଚୁରମାର ହୋଇଥିବା ଘର, ପଡିଥିବା ବିରାଟ ବିରାଟ ପଥର ଏହି ବିନାଶର ଭୟାବହତା କୁ ବର୍ଣ୍ଣନା କରୁଛି।
ଅଧିକ ଦେଖନ୍ତୁ :