ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଓଡ଼ିଶା ପାଇଁ 3ଟି ନିର୍ଦ୍ଦେଶର ଆବଶ୍ୟକତା ଥିବା କହିଛନ୍ତି ଆମିକସ କ୍ୟୁରି ବିଜୟ ହଂସାରିଆ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ପ୍ରୟୋଜିତ ଯୋଜନାରେ ଆବଣ୍ଟିତ ହୋଇଥିବା ୬୦ ଦଶମିତ ୪ କୋଟି ଟଙ୍କା ପଡ଼ିରହିଛି। ସିଙ୍ଗଲ ନୋଡାଲ୍ ଏଜେନ୍ସି ଆକାଉଣ୍ଟରେ ଏହାକୁ ରଖାଯାଇପାରିବ।
ଦ୍ୱିତୀୟରେ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ୭୨୨ କୋଟି ଟଙ୍କା ଅର୍ଥରାଶି ଉପରେ ଦୁଇମାସ ମଧ୍ୟରେ ଜବାବ ରଖିବେ । ଆମିକସ କ୍ୟୁରିଙ୍କ ତୃତୀୟ ପ୍ରସ୍ତାବ ଅନୁସାରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଜମି ଆବଣ୍ଟନର ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ବୈଠକ କରିବେ।
ଭାରତ ଖବର ଆହୁରି ପଢନ୍ତୁ