୨୦୨୧ ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଂଜର ତିନିଟି ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ.ଖାନୱିଲକର ଓ ବିଚାରପତି ଜଷ୍ଟିସ ସି.ଟି.ରବିକୁମାରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।
ପରବର୍ତ୍ତୀ ଶୁଣାଣି ନେଇ ହୋଇନି ତାରିଖ ଧାର୍ଯ୍ୟ

ଅର୍ଗସ ବ୍ୟୁରୋ: ଘୁଞ୍ଚିଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି। ପରବର୍ତ୍ତୀ ଶୁଣାଣି ନେଇ ଏବେ ତାରିଖ ଧାର୍ଯ୍ୟ କରି ନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରାଜ୍ୟ ସରକାରଙ୍କ ଅରିଜିନାଲ ସୁଟ୍ର ପ୍ରଥମେ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି । ଏହାପରେ ଅଦାଲତ ଅବମାନନାର ଶୁଣାଣି ହେବ। ଏହା ମଧ୍ୟରେ କୋଟିଆରେ ଯଦି କୌଣସି ଅପ୍ରୀତିକର ପରସ୍ଥିତି ସୂଷ୍ଟି ହୁଏ ତାହାହେଲେ ଓଡ଼ିଶା ଓ ଆନ୍ଧ୍ର ଉଭୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଆଣିପାରିବେ। ଗତକାଲି କୋର୍ଟରେ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ହୋଇଥିବା ଓଡିଶା ପକ୍ଷରୁ କୁହାଯାଇଥିଲା।
Download Argus News App
