ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ୮୦ ହଜାରୁ ଅଧିକ ଲୋକ ଦେଖିଥିବା ବେଳେ ୫ ହଜାର ଲାଇକ କଲେଣି। ଭିଡିଓ ଦେଖି ଅନେକ ମତାମତ ଆସୁଛି । ଜଣେ ବ୍ୟକ୍ତି ଲେଖିଛନ୍ତି ମାଆ ବାପାଙ୍କ ଜାଗା ହୃଦୟରେ ଥାଏ। ବାସ୍ତବରେ ଭିଡିଓଟି ବେଶ୍ ଉଚ୍ଚକୋଟିର।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଏ ଦୁନିଆର ସବୁ ଠାରୁ ମଧୁର ଶବ୍ଦ ହେଲା ମା ଓ ବାପା। ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ମାଆ ଓ ବାପା। ଜଣେ ଦେହ ହେଲେ ଆଉ ଜଣେ ଛାଇ। ମାଆ ବିନା ଘର ଅନ୍ଧାର ଆଉ ବାପା ବିନା ଦୁନିଆ ଅନ୍ଧାର। ଭାଗ୍ୟବାନ ଅଟନ୍ତି ସେମାନେ ଯେଉଁମାନ ଙ୍କ ମୁଣ୍ତ୍ ଉପରେ ବାପା ମାଆ ଙ୍କ ହାତଥାଏ। ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୁଏ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଆମ ମଣିଷ ସମାଜ ଅନେକ କିଛି ଶିଖିଥାଏ । ଏହି ଭିଡିଓବି ଠିକ୍ ସେହି ଭଳି।
ପ୍ରତ୍ୟେକ ମା ଓ ବାପାଙ୍କ ଜୀବନ ତାଙ୍କ ପିଲାମାନଙ୍କଠାରେ ରହିଥାଏ। ଭିଡିଓ ରେ ଆପଣ ମାନେ ଦେଖିପାରିବେ ପିଲାଟି କିପରି ନିଜ ବାପା ସହ ଅଳି କରୁଛି କାରଣ ସେ ଜାଣିଛି ତାର ସବୁ ଅଳିକୁ ତା ବାପା ପୂରଣ କରିବେ। ସେଥିପାଇଁ କୁହାଯାଏ ଝିଅଟି ତା ବାପା ପାଖରେ ରାଜକୁମାରି ଥାଏ।
ଅନ୍ୟ ଏକ ଭିଡିଓ ରେ ଆପଣ ଦେଖିପାରିବେ ମାଆଟି କିପରି ତା ପିଲା କୁ ଗେଲ୍ଲ କରୁଛି ପିଲାଟି ବି ଦୁନିଆ କୁ ଆସୁ ଆସୁ ତା ମାକୁ ଗେଲ୍ଲ କରିବାରେ ବ୍ୟସ୍ତଅଛି। ସତରେ ଏ ଦୁନିଆ ରେ ଯଦିକିଏ ଆମକୁ ନିସ୍ବାର୍ଥପର ଭାବେ ଭଲପାଇଁଥାଏ ସେ କେବଳ ମା ଓ ବାପା । ସେମାନଙ୍କ ଆର୍ଶିବାଦ ଥିଲେ ସମୟ ଯେତେ ଖରାପ ଥିଲେବି ବଦଳିଯିବ। କାରଣ ସେମାନେ ପରା ଚଳନ୍ତି ଭଗବାନ।