ସେ କହିଛନ୍ତି ଯେ, ଭାରତ ଏହି ବୈଠକର ନେତୃତ୍ୱ କରୁଛି। ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୮ ଦେଶର ସୁରକ୍ଷା ମୁଖ୍ୟ ଆଲୋଚନା କରୁଛନ୍ତି। ଆଗରୁ ଭାରତ ଅନ୍ୟ ରାଷ୍ଟ୍ର ପରି wait and watch policy ଗ୍ରହଣ କରିଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି। ଭାରତ ମଧ୍ୟ ସବୁ ଦୃଷ୍ଟିରୁ ବିଚାର କରୁଛି।
ତାଲିବାନ ଯେପରି ଭବିଷ୍ୟତରେ ଆତଙ୍କବାଦକୁ ସମର୍ଥନ ନ କରିବ। ବିଶ୍ୱକୁ ଡ୍ରଗ୍ସ ଯୋଗାଣ ନ କରିବ ଧର୍ମ ସୁରକ୍ଷା ନାମରେ ବବର୍ବର କାଣ୍ଡ ନ କରିବ ଏହାକୁ ଗୁରୁତ୍ୱ ଦେବ। ଆମର ସେଠି ଅନେକ ପୁଞ୍ଜି ନିବେଶ ହୋଇଛି ତାର ସୁରକ୍ଷା କୁ ବି ପ୍ରାଧାନ୍ୟ ଦିଆଯିବ।
ତାଲିବାନ ମଧ୍ୟ ଆଜିର ଦିନରେ ଭାରତକୁ ଅନେଇ ବସିଛି ସାହାଯ୍ୟ ପାଇଁ। ପାକିସ୍ତାନ ଗୋଟିଏ ଦୁର୍ବଳ ଅର୍ଥନୀତି ଦେଇ ଗତି କରୁଛି, ଚୀନ ନିଜର ଫାଇଦା ଅନୁସାରେ ସାହାଯ୍ୟ କରିବ। ସେଥିପାଇଁ ତାଲିବାନ ମଧ୍ୟ ଭାରତକୁ ଅନେଇ ବସିଛି। ଏପରି ସ୍ଥିତିରେ ଏହି ବୈଠକ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।