ଚିକେନ ସହ ସେହି ବକେଟ୍ ରେ ଥିବା ଜଣେ ବୟସ୍କ ଲୋକଙ୍କ ମୁହଁ ପ୍ରାୟ ସମସ୍ତଙ୍କୁ ମନେ ଥିବ । ତାଙ୍କର ଟାଏ ବାନ୍ଧିବା ଷ୍ଟାଇଲ୍, ନାଲି ଏବଂ ଧଳା ଆପ୍ରୋନ୍ ତାଙ୍କୁ ବହୁତ ସୁଟ୍ କରେ । ଚଷମା ସାଙ୍ଗକୁ ତାଙ୍କ ମୁହଁରେ ଥାଏ ଏକ ଚମକ...ବିଜୟର ହସ । ହେଲେ ଆପଣ ଜାଣିଛନ୍ତି ସେ କିଏ...ତାଙ୍କର ଏହି ହସର ରାଜ୍ କଣ...
କୋଲୋନେଲ୍ ହାରଲ୍ୟାଣ୍ଡ ଡେଭିଡ ସାଣ୍ଡର୍ସ
kfc ବ୍ରାଣ୍ଡ୍ ର ସ୍ରଷ୍ଟା । ଯାହାଙ୍କ ଫାଷ୍ଟ ଫୁଡ୍ ଚେନ୍ ପୁରା ବିଶ୍ୱରେ ପ୍ରସିଦ୍ଧ ।
କୋଲୋନେଲ୍ ସାଣ୍ଡର୍ସ ଜଣେ ଆମେରିକୀୟ ବ୍ୟବସାୟୀ । ଯିଏ ପ୍ରଥମେ ରାସ୍ତା କଡ଼ରେ ଥିବା ରେଷ୍ଟୁରାଣ୍ଟରେ ଚିକେନ୍ ବିକୁଥିଲେ । ସେତେବଳେ ସେ ଅନେକ ସମୟରେ କିଛି ନୂଆ କରିବାକୁ ଚେଷ୍ଟା କରୁଥିଲେ । କେତେବେଳେ ଭାଙ୍ଗିପଡୁଥିଲେ । ତ ପୁଣି ଉଠି ଚେଷ୍ଟା କରୁଥିଲେ । ସେହି ରାସ୍ତା କଡରେ ଚିକେନର ବିଭିନ୍ନ ରେସିପି ତିଆରି କରିବାବେଳେ ଏହି ସିକ୍ରେଟ୍ ରେସିପିର ଆବିଷ୍କାର କରିଥିଲେ । ଏକ ପ୍ରେସର ଫ୍ରାଏର ବ୍ୟବହାର କରି ଚିକେନ୍ ରାନ୍ଧିବା ପାଇଁ ଏକ ନିଆରା ପଦ୍ଧତି ଆବିଷ୍କାର କଲେ ।
ରେସ୍ତୋରାଁ ଫ୍ରାଞ୍ଚାଇଜିଂ ଇଣ୍ଡଷ୍ଟ୍ରିରେ ସାଣ୍ଡର୍ସ ବହୁତ ସମ୍ଭାବନାକୁ ଥିବା ସେ ଜାଣିବାକୁ ପାଇଲେ । ଏହାପରେ 1952 ମସିହାରେ ଉତାହ ର ଦକ୍ଷିଣ ସଲ୍ଟ ଲେକ୍ ରେ ‘କେଣ୍ଟୁକି ଫ୍ରାଏଡ୍ ଚିକେନ୍’ ବା KFC ନାମରେ ନିଜର ଏକ ରେସ୍ତୋରାଂ ଆରମ୍ଭ କଲେ ।
1952 ମସିହାରୁ 2018 ମସିହା ପର୍ଯ୍ୟନ୍ତ କେଏଫସିର ଏହି ଲୋଗୋ ଏମିତି ଦିଶୁଥିଲା ।
1890 ସେପ୍ଟେମ୍ବର 9, ହେନେରୀଭିଲ୍ ରେ ଯେତେବେଳେ ସାଣ୍ଡର୍ସଙ୍କ ଜନ୍ମ । ଜୀବନ ଗାଡି ଚାଲିଛି କି ନାହିଁ ହଠାତ୍ ବାପାଙ୍କ ମୃତ୍ୟୁ ହୁଏ । ଘର ର ବୋଝ ସାଣ୍ଡରଙ୍କ ଉପରେ । ଘରେ ଭାଇ, ଭଉଣୀ... ମାଆ । ଟଙ୍କା ଅଭାବରୁ 7ମ ଶ୍ରେଣୀରୁ ପାଠ ଛାଡନ୍ତି ସାଣ୍ଡର । ଆଉ କାମ କରିବାକୁ ଘରଠୁ 80 ମାଇଲ୍ ଦୂରକୁ ଚାଲିଆସନ୍ତି । ସୌଭାଗ୍ୟ ବସତଃ ତାଙ୍କ ମାଆ ତାଙ୍କୁ ରୋଷେଇ କରିବା ଶିଖାଇଥିଲେ । ଆଉ ଛୁଆବେଳୁ ଖୁବ ଆଗ୍ରହର ସହ ସେ ରୋଷେଇ କରୁଥିଲେ ।
ଜୀବନରେ ସେ ଟଙ୍କା କମାଇବାକୁ ଅନେକ କାମ କରିଥିଲେ । ଶେଷରେ ଏକ କେଫେରେ କୁକ୍ ଓ ବାସନ ସଫା କରିବା ପାଇଁ ଯୋଗ ଦେଲେ ।
ଏହାରି ମଧ୍ୟରେ ସେ ଏକ ବର୍ଷ ପାଇଁ ଆମେରିକା ସେନାରେ ଯୋଗ ଦେଇଥିଲେ । ସେଠାରୁ ରିଲିଜ୍ ହେବା ପରେ ସେ ରେଳବାଇ ଦ୍ୱାରା ଶ୍ରମିକ ଭାବରେ ନିଯୁକ୍ତି ପାଇଲେ । ପରେ ସେ ଏକ ଇନସୁରାନ୍ସ ଏଜେଣ୍ଟ ଭାବେ କାମ କରୁଥିଲେ । ତା'ପରେ ଟାୟାର ବିକ୍ରି କଲେ, ଲାଇଟିଂ କମ୍ପାନୀରେ କାମ କଲେ, ଏକ ଫେରି ବୋର୍ଡ ପରିଚାଳନା କରୁଥିଲେ । ରେଳବାଇରେ କାର୍ଯ୍ୟ କରିବା ସମୟରେ ସେ ଆଇନ ପାଠ ମଧ୍ୟ ଅଧ୍ୟୟନ କରିଥିଲେ । ତାଙ୍କର ବଦ୍ ରାଗି ଗୁଣ ଯୋଗୁଁ ସେ ବାରମ୍ବାର ନିଜ ସହକର୍ମୀଙ୍କ ସହ ଝଗଡା କରିବସୁଥିଲେ ।
ଶେଷରେ 1930 ମସିହାରେ ସେ ଏକ ରାସ୍ତା କଡ ଗ୍ୟାସ ଷ୍ଟେସନରେ ଯୋଗ ଦେଲେ । ଯେଉଁଟି ସେ ତାଙ୍କ ଫାଙ୍କା ସମୟରେ ରୋଷେଇ କରୁଥିଲେ । ଏବଂ ଷ୍ଟୋର୍ ହାଉସ୍ ରେ ବିକ୍ରୀ କରୁଥିଲେ । ସେତେବେଳେ ତାଙ୍କୁ ବୟସ 65 ବର୍ଷ । କିଛି ନୂଆ ସମ୍ଭାବନା..ନୂଆ ଆକଂକ୍ଷା ସହ ବ୍ୟବସାୟ ଆରମ୍ଭ କରିଥିଲେ । ପରିଣତ ବୟସରେ ତାଙ୍କ ମନରେ ଥିଲା ଯୁଆନର ଫୂର୍ତ୍ତି । ପରେ ଯାହାକୁ ସେ ରେସ୍ତୋରାଁରେ ପରିଣତ କଲେ । ଧିରେ ଧିରେ ତାଙ୍କର ଚିକେନ୍ ରେସିପି ହିଟ୍ ହେବା ପରେ ସେ 1937 ମସିହାରେ ତାଙ୍କ ବ୍ୟବସାୟକୁ ଆଉ ଏକ ସ୍ତରକୁ ନେଇଥିଲେ । ଯେଉଁଠି ପ୍ରଥମ ଥର ସେ ଏକାଥରକେ 150 ଲୋକଙ୍କୁ ଖାଦ୍ୟ ପରଷି ଥିଲେ । ଯାହା ପରେ ସେ ବହୁତ ଖୁସି ହୋଇଥିଲେ ।
ହେଲେ ଗ୍ରାହକଙ୍କ ଡିମାଣ୍ଡକୁ ଦେଖି ସେ ସବୁବେଳେ ତାଙ୍କ ବ୍ୟବସାୟକୁ ଆଉ ଏକ ସ୍ତରକୁ ନେବାକୁ ଚେଷ୍ଟା କରୁଥିଲେ । ସେଥିପାଇଁ ସେ ବିଭିନ୍ନ ରେସ୍ତୋରାଁକୁ ଯାଉଥିଲେ । ଯେଉଁଠି ସେ ଇନଷ୍ଟାଣ୍ଟ୍ ତାଙ୍କର ସେହି ଚିକେନ୍ ରେସିପି ତିଆରି କରି ଦେଖାଉଥିଲେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ଏହି କଠିନ ଯାତ୍ରା ସମୟରେ ସେ 1009ଟି ରେସ୍ତୋରାଁରୁ ରିଜେକସନ୍ ପାଇଥିଲେ । କିନ୍ତୁ ସେ ହାର୍ ମାନିବାକୁ ନାରାଜ ଥିଲେ । କାରଣ ତାଙ୍କ ଦ୍ୱାରା ଆବିଷ୍କାର ଏହି ଚିକେନ୍ ଡିସ ଓ ଏହାର ଟେଷ୍ଟକୁ ନେଇ ପୁରା କନଫିଡେଣ୍ଟ୍ ଥିଲେ । ଶେଷରେ ଦିନ ଆସିଲା..କିଛି ରେସ୍ତୋରାଂ ତାଙ୍କ ରେସିପି ବିକ୍ରୀ କରିବାକୁ ରାଜି ହେଲେ । 1963 ମସିହା ବେଳକୁ 600 ରେସ୍ତୋରାଁ କେନ୍ତୁକୀ ଫ୍ରାଇଡ୍ ଚିକେନ୍ ବିକ୍ରୀ କରିବାକୁ ଏକ ବ୍ରାଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏବେ KFC 136 ଟି ଦେଶରେ ସର୍ବଭାରତୀୟ ସ୍ତରରେ ବିସ୍ତାରିତ ଦ୍ୱିତୀୟ ବୃହତ୍ତମ ଫୁଡ୍ ଚେନ୍ ଭାବରେ ପ୍ରତିଷ୍ଠିତ ହୋଇଛି । ସାଣ୍ଡର୍ସଙ୍କ ଜୀବନରୁ ଆମେ ଶିଖୁଥିବା ଶିକ୍ଷା ହେଉଛି ଯେ କୌଣସି ବୟସରେ ସଫଳତା ହାସଲ କରାଯାଇପାରେ । ତୁମର ଜୀବନର ଯେକୌଣସି ପର୍ଯ୍ୟାୟରେ ନିଜ ସ୍ୱପ୍ନକୁ ପୂରା କରିବାକୁ ହେଲେ ଆବଶ୍ୟକ କେବଳ ଆତ୍ମବିଶ୍ୱାସ । ସବୁବେଳେ ନିଜ ଉପରେ ବିଶ୍ୱାସ ରଖିବା ଦରକାର ।
ସେଥିପାଇଂ କେବେ ବି ଗିଭ୍ ଅପ୍ କରନ୍ତୁ ନାହିଁ ।
ରାତାରାତି କିଏ ବଡଲୋକ ହୁଏନି । କି ରାତାରତି କିଏ ପ୍ରସିଦ୍ଧି ଲାଭ କରେନି । ଏଥିପାଇଁ ଦରକାର କଠିନ ପରିଶ୍ରମ, ଅପେକ୍ଷା...ଏକ ସଠିକ ସମୟ ...