ଅଧିକ ପଢ଼ନ୍ତୁ:ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନକୁ ପୁରିଲା ୫ ବର୍ଷ ହେଲେ ଫଳ ଶୂନ
ଟ୍ରିବ୍ୟୁନାଲ୍ଙ୍କ ଅବଧି ବୃଦ୍ଧି ପାଇଁ ଓଡ଼ିଶା ଓ ଛତିଶଗଡ଼ ଖୁବ୍ଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ।ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବହୁ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା । ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବା ପରେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ବିବାଦର ସମାଧାନ ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମହାନଦୀ ଟ୍ରିବୁନାଲ ଗଠନ ହୋଇଥିଲା । ଯାହାର କାର୍ଯ୍ୟକାଳ ତିନି ବର୍ଷ ରହିଥିଲା ।