୪ ଜାନୁୟାରୀ ୧୯୯୦। କଶ୍ମୀର ଭ୍ୟାଲିରେ ରହୁଥିବା ହିନ୍ଦୁ ପଣ୍ଡିତମାନେ ଆତଙ୍କିତ ଅବସ୍ଥାରେ ଥାଆନ୍ତି। ଘରୁ ବାହାରିଲେ ସେମାନଙ୍କ ପାଇଁ ପାଦେ ପାଦେ ବିପଦ ଥାଏ। ହାତରେ AK47 ଧରି ବୁଲୁଥିବା ହିଜବୁଲ ସମର୍ଥକ ଘୃଣାରେ ତାତି ଯାଇଥାନ୍ତି। ଖୋଲାଖୋଲି ଭାବେ ଉର୍ଦ୍ଦୁ ଖବରକାଗଜରେ ଖବର ଛପେ ଏଠି ଥିବା ସବୁ ହିନ୍ଦୁ ପଣ୍ଡିତ ଉପତ୍ୟକା ଛାଡି ଚାଲି ଯାଅେନ୍ତୁ ନ ଚେତ୍ ମୃତ୍ୟୁର ସାମ୍ନା କରିବାକୁ ପଡିବ।
ଗାଁ ଗାଁରେ ଥିବା ମସଜିଦରୁ ନମାଜ ପାଠ ନୁହେଁ ବରଂ ଘୃଣାର ଉଦ୍ଘୋଷଣା ଭାଷି ଆସେ। ମାନବିକତା ଲୋପ ପାଇଥିବା ଗୋଟିଏ ନିର୍ଦ୍ଧିଷ୍ଟ ଅସହିଷ୍ଟୁ ଧର୍ମିୟ ଗୋଷ୍ଠୀ ମସଜିଦ୍ ମାଇକଲେ ଘୋଷଣା କରେ ହିନ୍ଦୁ ପଣ୍ଡିତ କଶ୍ମୀର ଛାଡ। ନଚେତ ମୃତ୍ୟୁ ଦଣ୍ଡ ମିଳିବ। ସେହି ରାତିକୁ କେହି କେହି ଖବର କାଗଜ Night Of Terror ବୋଲି ଲେଖନ୍ତି। ତହିଁ ପରଦିନ ସକାଳୁ ହଜାର ହଜାର କଶ୍ମୀର ପଣ୍ଡିତ ପରିବାର ସହ ଭ୍ୟାଲି ଛାଡିବାକୁ ଲାଗନ୍ତି। ହେଲେ ଘରୁ କୌଣସି ଜିନିଷ କାଢି ନେବାକୁ ସେମାନଙ୍କଚ ଅନୁମତି ନ ଥାଏ।
ଗୋଟିଏ ଯୋଡିଏ ପୋଷାକରେ ସେମାନେ ଭିଟାମାଟି ଛାଡନ୍ତି। ଘର ବିକିବାକୁ ସମୟ ନ ଥାଏ। କିଛି ସେଥିରେ ନେବାକୁ ଅନୁମତି ବି ନ ଥାଏ। କାରଣ ସରକାରୀ କଳ ନିଷ୍କ୍ରିୟ ହୋଇ ପଡିଥାଏ। ମୁସଲମାନମାନେ ଜବରଦସ୍ତ କବଜା କରନ୍ତି ତାଙ୍କ ସମ୍ପତ୍ତି ଉପରେ। ଏହି କ୍ରମ ଜାନୁୟାରୀରୁ ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ ଚାଲେ। ଏହି କାଳ ୪ ମାସ ଭିତରେ ଅନେକ ବିବତ୍ସ କାଣ୍ଡ ଘଟିଯାଏ। ଅନେକ ହିନ୍ଦୁ ମହିଳାଙ୍କୁ ବଳାତ୍କାର କରନ୍ତି ଆତଙ୍କବାଦୀ । ୨୦୦୪ ପର୍ଯ୍ୟନ୍ତ ଅଳ୍ପେ ବହୁତ ଏହି ଘଟଣା ବଳବତ୍ତର ରୁହେ।
ୟା ଭିତରେ ହିନ୍ଦୁ ପଣ୍ଡିତଙ୍କ ହତ୍ୟା ଘଟଣାରେ ରୋକ୍ ଲାଗୁ ନ ଥାଏ। ୧୩ ଫ୍ରେବୃୟାରୀ ୧୯୯୦। ଶ୍ରୀନଗର ଦୁରଦର୍ଶନ ନିର୍ଦ୍ଦେଶକ ଲସା କୌଲଙ୍କୁ ହତ୍ୟା କରାଯାଏ। ୧୯୯୧ରୁ ୨୦୦୪ଯାଏଁ ଏମିତି ଅନେକ ହତ୍ୟାକାଣ୍ଡ ଘଟେ ଯେଉଁମାନଙ୍କ ଦୋଷ ସେମାନଙ୍କ ଧର୍ମ। ଅର୍ଥାତ୍ ହିନ୍ଦୁ ବୋଲି ହତ୍ୟାର ଶିକାର ହୁଅନ୍ତି। ହିନ୍ଦୁ ଘରର ମହିଳା ପାଲଟି ଯାଆନ୍ତି ଖେଳନା। ବଳାତ୍କାର ସେମାନଙ୍କ ପାଇ ସାଧାରଣ ହୋଇଯାଏ।
ସରକାରୀ ସୂତ୍ର କୁହେ ମୋଟ ୨୧୯ ଜଣ କଶ୍ମୀର ପଣ୍ଡିତ ହତ୍ୟାର ଶିକାର ହୋଇଛନ୍ତି। ବେସରକାରୀ ସୂତ୍ରରେ ଏହି ସଂଖ୍ୟା ୮୦୦। କଶ୍ମୀର ଘାଟି ଛାଡିଥିବା ୧ରୁ ୩ ଲକ୍ଷ ପଣ୍ଡିତ ପରବର୍ତ୍ତି ସମୟରେ ଘରଦ୍ବାର ଛାଡି ଜମ୍ମୁର ଅସ୍ଥାୟୀ ଟେଣ୍ଟରେ ରୁହନ୍ତି। ନିଜ ଦେଶରେ ସେମାନେ ପାଲଟି ଯାଆନ୍ତି ସରଣାର୍ଥୀ ରିଫ୍ୟୁଜି। କଶ୍ମୀର ଭ୍ୟାଲିରେ ରହୁଥିବା ମୋଟ ୭୫,୦୦୦ ପରିବାର ଗୃହହୀନ ହୋଇ ପଡନ୍ତି ୯୦ ଦଶକର ଏହି ବର୍ବର ଘଟଣାପରେ। ଆଜି ବି ଅନେକ ପଣ୍ଡିତ ନିଜ ଭିଟାମାଟିକୁ ଫେରି ପାରି ନାହାନ୍ତି। ୩୦ ବର୍ଷ ଭିତରେ ବହୁତ କିଛି ବଦଳିଛି ଟେଣ୍ଟରେ ଜୀବନ ବିତାଉଥିବା କିଛି କଶ୍ମୀର ପଣ୍ଡିତ ପରିବାର ଏବେ ଅନ୍ୟତ୍ର ସ୍ଥାନାନ୍ତର ହୋଇ ରହିଛନ୍ତି। କିନ୍ତୁ ଆଉ କିଛି ମଧ୍ୟବିତ୍ତ ପରିବାର ସେହି ଟେଣ୍ଟରେ ସେମିତି ରହି ଯାଇଛନ୍ତି।