ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟ ମଧ୍ୟ ବଢ଼ୁଛି । ଯାହାକି ଏବେ କରୋନା ଲଢ଼େଇରେ ଆଶା ସଞ୍ଚାର କରିଛି । ଦେଶରେ ଏଯାବତ 1 କୋଟି 62 ଲକ୍ଷ 93 ହଜାର 3 ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି।
କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଅମ୍ଳଜାନ ଯୋଗାଣ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ କିପରି ସମସ୍ତ ଚିକିତ୍ସା ସୁବିଧା ମିଳିପାରିବ ତାହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।