ବାପୁଙ୍କ ସ୍ମୃତିରେ ଆୟୋଜିତ ଏହି ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପ- ରାଷ୍ଟ୍ରପତି ଜଗଦିପ ଧନଖଡ଼ଙ୍କ ସମେତ ଆହୁରି ଅନେକ ଗଣମାନ୍ୟ ବ୍ୟକ୍ତି । ପ୍ରାର୍ଥନା ସଭାରେ ବାପୁଙ୍କ ପ୍ରିୟ ରାମଧୂନ ଗାନ କରିଥିଲେ ପ୍ରସିଦ୍ଧ ବଲିଉଡ୍ ଗାୟକ ଉଦିତ୍ ନାରାୟଣ ଏବଂ ତାଙ୍କ ଟିମ୍ । ୧୯୪୮ ମସିହା ଆଜି ଦିନରେ ଆତତାୟୀ ଗୁଳିରେ ଦିଲ୍ଲୀର ବିରଳା ଭବନର ପ୍ରାଣ ହରାଇଥିଲେ ମହାତ୍ମାଗାନ୍ଧି । ପରେ ଏହି ସ୍ଥାନକୁ ଗାନ୍ଧି ସ୍ମୃତି ମ୍ୟୁଜିୟମରେ ପରିଣତ କରା ଯାଇଥିଲା । ଗାନ୍ଧିଙ୍କ ତିରୋଧାନ ତାରିଖକୁ ଆନ୍ତର୍ଜାତୀକ ସ୍ତରରେ ବିଦ୍ୟାଳୟରେ ଅହିଂସା ଓ ଶାନ୍ତି ଦିବସ ଭାବେ ପାଳନ କରାଯାଉଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।