ଏ ପ୍ରସଙ୍ଗରେ କଂଗ୍ରେସର ପଛୁଆ ବର୍ଗଙ୍କ ପ୍ରତି ଉଦାସୀନତାକୁ ନେଇ ଏକ୍ସ ପ୍ଲାଟଫର୍ମରେ ସିଧା ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଂସଦରେ ନେତୃତ୍ବଠୁ ନେଇ ଶ୍ରମଜୀବୀଙ୍କ କାମକୁ ସମ୍ମାନ ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦି ସରକାର। ସବକା ସାଥ ସବକା ବିକାଶର ନାରା ଦେଇ ଦେଶର ପଛୁଆ ବର୍ଗଙ୍କୁ ପ୍ରଗତିର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଓବିସି ବର୍ଗକୁ ଦେଶରେ ପ୍ରତିନିଧିତ୍ବ କରିବାର ଯେଉଁ ସୁଯୋଗ ମୋଦି ସରକାର ଦେଇଛନ୍ତି ତାହା 70 ବର୍ଷରୁ ବି ଉର୍ଦ୍ଧ୍ବ ଶାସନରେ କଂଗ୍ରେସ କେବେ ଦେଇପାରିନି। ଏହା ଛଡ଼ା ଲୋକସଭାରେ ଡରୋ ମତ୍ ଡରୋ ମତ୍ ମାନେ ନଡରିବାକୁ ରାହୁଲ କାହାକୁ କହୁଥିଲେ। କଂଗ୍ରେସର ନେତା ଓ କର୍ମୀ ଏବେ ଗୋଟିଏ ପରିବାରକୁ ଡରି ଚାଲୁଛନ୍ତି। ସେମାନଙ୍କ ପାଇଁ ରାହୁଲଙ୍କ ଏ ସମ୍ବୋଧନ କି ବୋଲି ପ୍ରଶ୍ନ କରି ରାହୁଲଙ୍କ ପିଲାଳିଆମି ଏବଂ ଦାୟିତ୍ବହୀନ ମନୋଭାବକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଭାରତ ଖବର