ସେ ହେଉଛନ୍ତି ଆଇଆଇଟିଆନ୍ ଅନିରୁଦ୍ଧ ଅଗ୍ରଓ୍ବାଲ। ଯିଏ ବନ୍ଦ ଦରଓ୍ବାଜେ, ପୁରାନା ମନ୍ଦିର ଭଳି ଭୟ ସଞ୍ଚାରକ ବଲିଉଡ୍ ମୁଭିରେ ଦୃଷ୍ଟିକୁ ଆସିଛନ୍ତି। ଅନିରୁଦ୍ଧ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ଅଭିନୟ ପ୍ରତି ଅହେତୁକ ରୁଚି ରଖିଥିଲେ। ପରେ ପରେ ତାଙ୍କ ପଠପଢା ସମାପ୍ତ ହେଲା। ସେ ଆଇଆଇଟିରୁ ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରି ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରନ୍ତି। ହେଲେ ସୌଭାଗ୍ୟକୁ ଅଭିନୟ କରିବାର ନିଶା ତାଙ୍କୁ ରାମସେ ବ୍ରଦରଙ୍କୁ ଭେଟେଇ ଦିଏ।
ସେ ସମୟରେ ଫିଲ୍ମ ପୁରାନା ମନ୍ଦିର ପାଇଁ ଷ୍ଟାର କାଷ୍ଟ ଚାଲିଥିବା ବେଳେ ଭୂତ ଚରିତ୍ରରେ ଅନିରୁଦ୍ଧଙ୍କୁ ସାଇନ୍ କରନ୍ତି ରାମସେ। ତା ପରଠାରୁ ସେ ବଲିଉଡରେ ଗୋଟିଏ ପରେ ଗୋଟିଏ ଭୂତ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୁଅନ୍ତି। ଉପର ବର୍ଣ୍ଣିତ ଯୋଡିଏ ଫିଲ୍ମରେ ଅଭିନୟ ପରେ ସେ ବଲିଉଡଠାରୁ ଏକ ରକମ ଦୂରେଇ ରୁହନ୍ତି। ଆଉ ୨୦୧୦ରେ ମଲ୍ଲିକା ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳେ।