ନୂଆଦିଲ୍ଲୀ: କୁମ୍ଭ ମେଳା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କଲେ ଉତ୍ତରାଖଣ୍ଡ ସରକାର । ଯେଉଁଭଳି ଭାବରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଉତ୍ତରାଖଣ୍ଡ ସରକାର ୨୦୨୧ ହରିଦ୍ୱାର କୁମ୍ଭ ମେଳା ପାଇଁ ସଂଶୋଧିତ SOP ଜାରି କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ କୁମ୍ଭ ମେଳାରେ ଲୋକମାନେ କୋଭିଡ-୧୯ ସୁରକ୍ଷା ପ୍ରୋଟୋକଲକୁ ଉଲ୍ଲଂଘନ କରିବା ପରେ ନୂଆ ଗାଇଡ୍ଲାଇନ୍ ଘୋଷଣା କରାଯାଇଥିଲା।
"ଏପ୍ରିଲ ୧ରୁ ୩୦ ପର୍ୟ୍ୟନ୍ତ ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ପଡିବ। ବାହାର ଲୋକଙ୍କ ପ୍ରବେଶ ପଏଣ୍ଟରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବା ନେଇ ବୁଧବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ଉତ୍ତରାଖଣ୍ଡ ରାଜ୍ୟ ପରିଦର୍ଶନ କରୁଥିବା ବ୍ୟକ୍ତିଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବହନ କରିବାକୁ ପଡିବ। ଏହା ବାଧ୍ୟତାମୂଳକ ଅଟେ। ସମସ୍ତ ପରିଦର୍ଶକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ସର୍ବସାଧାରଣ ସ୍ଥାନରେ ସର୍ବଦା ମାସ୍କ ପିନ୍ଧିବାକୁ ପଡିବ।
ଏଭଳି ଭାବରେ ଉତ୍ତରାଖଣ୍ଡ ସରକାର ସମସ୍ତ ଗାଇଡଲାଇନ ଜାରି କରିଛନ୍ତି ।