ନେପାଳ ରେ ଚମକିଲେ ଓଡିଆ ଝିଅ...
ଭୁବନେଶ୍ଵର: ଆସନ୍ତାକାଲିଠାରୁ 45 ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକା ଦିଆଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ଠାରୁ ବହୁବିଧରୋଗ ସାର୍ଟିଫିକେଟ ଆବଶ୍ୟକ ନାହିଁ । ଆସନ୍ତାକାଲି ଓ 2 ତାରିଖ ଛୁଟି ଥିଲେ ବି କୋଭିଡ ଭ୍ୟାକ୍ସିନେସନ ଚାଲୁ ରହିବ।
ଅନୁଗୁଳ, କଳାହାଣ୍ଡି , ନୂଆପଡା , ବଲାଙ୍ଗୀର, ମୟୂରଭଞ୍ଜ ନବରଙ୍ଗପୁର, କେନ୍ଦୁଝର, ସୋନପୁର , ସୁନ୍ଦରଗଡ଼ ଭଳି 9 ଟି ଜିଲ୍ଲାରେ ଟୀକାକରଣକୁ ଗୁରୁତ୍ୱ ଦିଆଯିବ । ସେହିପରି ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଷ୍ଟ୍ରୀଟ ଭେଣ୍ଡର ,ସେଲୁନ, ଗୁପଚୁପ ଦୋକାନୀ, ଶିକ୍ଷକ ମାନଙ୍କୁ ଟୀକା ଦିଆଯିବ । ଦୈନିକ 2 ଲକ୍ଷ ଟୀକା କରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।