କେହି ଜଣେ ହେଲେ ବି ରେଲଓ୍ବେ କର୍ମଚାରୀ ନାହାନ୍ତି। ତେବେ ଏହି ରେଳ ଷ୍ଟେସନ ରାଜସ୍ଥାନର ଅବସ୍ଥିତ। ରାଜସ୍ଥାନର ପ୍ୟାଲେସ ଗୁଡ଼ିକ ସାରା ଦେଶରେ ନାଁ କରିଛି। ଏହାର ସୁନ୍ଦର କାରୁକାର୍ଯ୍ୟ ସମସ୍ତଙ୍କ ମନ କିଣିନିଏ। ସେଥିପାଇଁ ଅଧାରୁ ଅଧା ସେଲିବ୍ରିଟିଙ୍କ ମ୍ୟାରେଜ ରାଜସ୍ଥାନ ଏବଂ ଜୟପୁରର ସୁନ୍ଦର ପ୍ୟାଲେସରେ ହୋଇଥାଏ। ରାଜସ୍ଥାନୀ ଲୋକେ ମଧ୍ୟ ଖୁବ ପରିଷ୍କାର। ଆଉ ରାଜସ୍ଥାନୀ ଡିସେସର ମଧ୍ୟ ସମସ୍ତେ ଦିଓ୍ବାନା। ତେବେ ଏହି ନିଆରା ଷ୍ଟେସନ ରାଜସ୍ଥାନର ନାଉଘରରେ ଅବସ୍ଥିତ। ଯାହାର ନାଁ ହେଉଛି ଜାଲସୁ ନାନକ।
କେହି ଅଧିକାରୀ କି କର୍ମଚାରୀ ନ ଥିଲେ ବି ପ୍ରତିଦିନ ୧୦ରୁ ଅଧିକ ଟ୍ରେନ ଏଠାରେ ରୁହେ। ପ୍ରତି ମାସରେ ଗ୍ରାମବାସୀ ପ୍ରାୟ ୧୫୦୦ ଟିକେଟ କିଣିଥାନ୍ତି। ବାସ୍ତବରେ ଜାଲସୁ ନାନକ ଗାଁରେ ପ୍ରତି ଘରେ ଜଣେ ଜଣେ ସେନାରେ କାର୍ଯ୍ୟରତ। ପ୍ରାୟ ୨୦୦ରୁ ଅଧିକ ଅବସରପ୍ରାପ୍ତ ସେନା କର୍ମଚାରୀ ଏହି ଗାଁରେ ରହୁଛନ୍ତି। ଏମାନଙ୍କ ସୁବିଧା ପାଇଁ ସରକାର ୪୩ ବର୍ଷ ପୂର୍ବେ ଏକ ଷ୍ଟେସନ ଉପହାର ଦେଇଥିଲେ।
ତେବେ ଗାଁ ଲୋକଙ୍କ କହିବା ଅନୁଯାୟୀ ୨୦୦୫ ମସିହାରେ ସରକାର ଏହି ଷ୍ଟେସନକୁ ବନ୍ଦ କରିଦେଇଥିଲେ। ପ୍ରାୟ ୧୧ ଦିନ ଧାରଣା ଦେବାପରେ ପୁଣି ସେଠାରେ ରେଳ ଚଳାଚଳ ଆରମ୍ଭ କରିଥିଲା। ତେବେ ଆପଣ ଏହି ଗାଁ ବିଷୟରେ ଆଗରୁ ଶୁଣିଥିଲେ ନା ନାହିଁ। ତେବେ ଏହି ଗାଁର ଶୃଙ୍ଖଳିତ ଷ୍ଟେସନ ବ୍ୟବସ୍ଥା ଉପରେ ସମସ୍ତେ ଜାଣିବା ଦରକାର।
ଅଧିକ ପଢ଼ନ୍ତୁ ଭାରତ ଖବର