ପବିତ୍ର ଶ୍ରୀରାମ ନବମୀ ପାଇଁ ଭୁବନେଶ୍ବର ରାମମନ୍ଦିରରେ ମଧ୍ୟ ଚାଲିଛି ବଡ଼ ପ୍ରସ୍ତୁତି । ଗୁରୁବାର ଭୋର ୪.୩୦ ଟାରେ ମଙ୍ଗଳ ଆଳତି ପରେ ଦଶରଥ ନନ୍ଦନଙ୍କ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ସକାଳ ୭ଟାରେ ଶୃଙ୍ଗାର ଆରତି ପରେ ସକାଳ୧୦ରୁ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଭଜନକୀର୍ତ୍ତନ ପରେ ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯିବାର ନୀତି ନିର୍ଘଣ୍ଟ କରାଯାଇଛି ।
ଶ୍ରୀରାମ ନବମୀ ପାଇଁ ଗେରୁଆ ମୟ ଭଦ୍ରକ ସହର । ବିଭିନ୍ନ ୱର୍ଡ ପକ୍ଷରୁ ଚାଲିଥିବା ମେଢ଼ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଅନୁଷ୍ଠିତ ହେଉଛି ମହାଯଜ୍ଞ । ଚାଲିଛି 108 ହନୁମାନ ଚାଳିଶା ପାଠ । ଗୁରୁବାର ସକାଳୁ ସ୍ଥାନୀୟ ନେହୁରୁ ଷ୍ଟାଡିୟମରୁ ନଗର ସଂକୀର୍ତ୍ତନରେ ବାହାରିବେ 75 ରୁ ଉର୍ଦ୍ଧ ସୁସଜିତ ଶ୍ରୀରାମ ମେଢ଼ । 12 କିଲୋମିଟର ଧରି ସହର ପରିକ୍ରମା କରିବ ନଗର ସଂକୀର୍ତ୍ତନ । ଏଥିରେ ସାମିଲ ହେବେ ଲକ୍ଷାଧିକ ଭକ୍ତ ।