ଡିଜିଟାଲ ମିଡିଆ ଅଧୀନରେ ମୋଦି ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଆଜି ୭୫ଟି ଡିଜିଟାଲ ବ୍ୟାଙ୍କିଂଙ୍ଗ ୟୁନିଟ ବା ଡିବିୟୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଆୟଜିତ ଏକ କାର୍ଯ୍ୟକ୍ରମରେ ଏହି ଉଦଘାଟନ ହୋଇଛି ।ଡିଜିଟାଲ ଇଣ୍ଡିଆକୁ ଆହୁରି ବ୍ୟାପକ କରିବାକୁ ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି । 11 ରାଷ୍ଟ୍ରାୟତ୍ତ ବ୍ୟାଙ୍କ, 12 ବେସରକାରୀ ବ୍ୟାଙ୍କ ଓ ଗୋଟିଏ କ୍ଷୁଦ୍ର ବାଣିଜ୍ୟିକ ବ୍ୟାଙ୍କ ଏହି ପ୍ରୟାସରେ ସାମିଲ ହୋଇଛନ୍ତି । କୌଣସି ଦେଶର ପ୍ରଗତି ତାର ବ୍ୟାଙ୍କିଙ୍ଗ ସେବା ଉପରେ ନିର୍ଭରଶୀଳ । ଏବେ ଦେଶର ବ୍ୟାଙ୍କିଙ୍ଗ ସେବା ଗୁଡ୍ ଗଭର୍ଣ୍ଣାସରୁ ଆଗକୁ ବଢ଼ି ବେଟର୍ ସର୍ଭିସ୍ ଡେଲିଭେରୀ ଦେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏବେ ଆସନ୍ତୁ ନଜର ପକାଇବା ଡିବିୟୁ ସ୍ଥାପନାର ଲକ୍ଷ୍ୟ ଉପରେ ।
ଦେଶର ପ୍ରତିଟି ସ୍ଥାନରେ ଡିଜିଟାଲ ବ୍ୟାଙ୍କିଙ୍ଗର ଲାଭ ପହଞ୍ଚାଇବା
ଡିବିୟୁରେ ଲୋକଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କିତ ସମସ୍ତ ଲାଭ ମିଳିବ
ବ୍ୟାଙ୍କିଙ୍ଗ ସେବା ପେପରଲେସ୍ ହେବ
ସପ୍ତାହରେ ସାତ ଦିନ ଯାକ ୨୪ ଘଣ୍ଟା ଉପଲବ୍ଧ ହେବ ସେବା
ସେଭିଙ୍ଗସ ଆକାଉଣ୍ଟ ଖୋଲିବା, ବାଲାନ୍ସ ଚେକ୍ କରିବା ଓ ପାସବୁକ୍ ପ୍ରିଣ୍ଟିଂ ଭଳି ସେବା
ନୂତନ ଏବଂ ପୁରାତନ ଗ୍ରାହକଙ୍କ ଭିଡିଓ KYC ବ୍ୟବସ୍ଥା
ଫଣ୍ଡ ଟ୍ରାନ୍ସଫର, ଫିକ୍ସଡ ଡିପୋଜିଟ୍, ଲୋନ୍ ଆପଲିକେସନ୍, ଜାରି କରାଯାଇଥିବା ଚେକ୍ ପାଇଁ ଷ୍ଟପ୍ ନିର୍ଦ୍ଦେଶ
କ୍ରେଡିଟ୍ ଓ ଡେବିଟ୍ କାର୍ଡ ପାଇଁ ଆବେଦନ, ଆକାଉଣ୍ଟ ଡିଟେଲ୍ ଦେଖିବା, ଟ୍ୟାକ୍ସ ଓ ବିଲ୍ ପେମେଣ୍ଟ ଭଳି ସୁବିଧା ଉପଲବ୍ଧ ହେବ
ଆଜିର କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ସାମିଲ ହୋଇଥିଲେ ।
ଏପଟେ ଓଡ଼ିଶାରେ ମଧ୍ୟ ସାଲେପୁରର ୟୁକୋ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଚ ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିବା ୭୫ଟି ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ ଗୁଡିକ ନାଗରିକମାନଙ୍କୁ ଚବିଶ ଘଂଟିଆ ପ୍ରତିବନ୍ଧକ ମୁକ୍ତ ବ୍ୟାଙ୍କିଂ ସେବା ପ୍ରଦାନ କରିବ ଏବଂ ତୃଣମୂଳ ସ୍ତରରେ ଲୋକ ମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଚାରିଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ପ୍ରତିଷ୍ଠା ହୋଇଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ ବେଳେ ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟର ଘୋଷଣା କରିଥିଲେ । ଯେଉଁଥିରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିବିୟୁ ସ୍ଥାପନାର ଘୋଷଣା କରାଯାଇଥିଲା ।