ସାମୁଦ୍ରିକ ଶୈବାଳକୁ ଏହାର ଖତ ଭାବେ ପ୍ରୟୋଗ କରାଯାଏ। କୁହାଯାଏ, ମାତ୍ର ୫୦ ବର୍ଗ ମିଟର କ୍ଷେତରେ ଏହି ଆଳୁ ଚାଷ କରାଯାଏ।ଲି ବୋନୋଟ୍ ପ୍ରତି ବର୍ଷ କେବଳ ୧୦ ଦିନ ପାଇଁ ମିଳେ। ବେଶ ସାବଧାନତାର ସହ ଏହାକୁ ଚାଷ କରିବାକୁ ପଡେ। ଚାଷର ୩ ମାସ ପରେ ପରେ ଆଳୁ ଅମଳ କରାଯାଏ। ଲି ବୋନୋଟ୍ ଆଳୁର ସ୍ୱାଦ ଲୁଣିଆ କିଲୋ ପିଛା ଏହାର ହାରାହାରି ମୂଲ୍ୟ ୫୦୦ ୟୁରୋ ଅର୍ଥାତ୍ ପ୍ରାୟ ୪୪,୨୮୨ ଟଙ୍କା। ତେବେ ଏହାର ମୂଲ୍ୟ କମ୍- ବେଶି ହେଉଥାଏ।
ମାର୍କେଟରେ ମିଳୁଛି ଦାମିକା ଆଳୁ

ଅର୍ଗସ ବ୍ୟୁରୋ: ଆଳୁର ମୂଲ୍ୟ ଶୁଣିଲେ ହୋସ ଉଡିଯିବ। ୨୦ କି ୩୦ ନୁହେଁ ଆଜ୍ଞା ୧ କିଲୋ ଆଳୁର ମୂଲ୍ୟ ୫୦ ହଜାର ଟଙ୍କା। ଏହା ଏମିତି ସେମିତି ଆଳୁ ନୁହେଁ ଲି ବୋନୋଟ୍ ନାମକ ଏହି ଆଳୁ ଚାଷ ଫ୍ରାନ୍ସର ଦ୍ୱୀପ ‘ଇଲ୍ ଡି ନୋଏରମୋଟିୟର’ରେ ହୁଏ। ବିଶ୍ୱରେ ଆଳୁର ଏଭଳି ଏକ କିସମ ଚାଷ ହେଉଛି, ଯାହାର ମାତ୍ର ୧ କିଲୋର ମୂଲ୍ୟ ୫୦ ହଜାର ଟଙ୍କା । ବାଲିଆ ମାଟିରେ ଏହି ଆଳୁ ଚାଷ ହୁଏ।
Download Argus News App
