ସମୁଦ୍ରର ଜଳସ୍ତର ବଢିବା ଯୋଗୁ କିଛି ସହର ଏବେ ପାଣିରେ ମିଶି ଯାଇଥିବା ବେଳେ ଆଗାମୀ ଦିନରେ ଆଉ କିଛି ବଡ ବଡ ସହର ପାଣିରେ ବିଲୀନ ହୋଇଯିବ ବୋଲି ଆକଳନ କରିଛି ଜାତିସଂଘର ବିଶ୍ବ ପାଣିପାଗ ସଂଗଠନ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ଭାରତ, ଚୀନ, ବାଂଲାଦେଶ ଓ ନେଦରଲାଣ୍ଡ୍ । ପ୍ରାୟ ୨୫ କୋଟିରୁ ୪୦ କୋଟି ଲୋକ ସେମାନଙ୍କ ବାସଗୃହ ହରାଇବେ ଏବଂ ପାୟ ୯୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ଆଉ ଜାତିସଂଘ ଏଭଳି ରିପୋର୍ଟ ଏବେ ସୃଷ୍ଟି କରିଛି ଚର୍ଚ୍ଚା ।