ଅଧିକ ପଢନ୍ତୁ : ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ବିଟିଙ୍କୁ ମିଳିଲା ସ୍ବର୍ଣ୍ଣ
ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ହାଇଭୋଲଟେଜ ମ୍ୟାଚ୍ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ଅଧିନାୟକ ଲାନିଂ ଏବଂ ସେଫାଳି ବର୍ମା ଓପନିଂ କରିଥିଲେ । ତେବେ ସେଫାଳି ୧୧ ରନରେ ଆଉଟ ହେବା ପରେ ଲାନିଂ ୩୫ ରନ କରି ରନ ଆଉଟ ହୋଇଥିଲେ । ଏହାପରେ ମୁମ୍ବାଇ ଟିମ୍ ର ଘାତକ ବୋଲିଂ ଆଗରେ ସରେଣ୍ଡର କରିଥିଲେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ । ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୧ ରନ କରିଥିଲା ଦିଲ୍ଲୀ । ମୁମ୍ବାଇ ପକ୍ଷରୁ ୱଙ୍ଗ ଓ ହାଇଲେ ମ୍ୟାଥ୍ୟୁସଙ୍କୁ ମିଳିଥିଲା ୩ଟି ଲେଖାଏଁ ୱିକେଟ । ଜବାବରେ ୧୯.୩ ଓଭରରେ ମାତ୍ର ୩ ୱିକେଟ ହରାଇ ଲକ୍ଷ୍ୟ ହାସ କରିଥିଲା ମୁମ୍ବାଇ । ମୁମ୍ବାଇର ଷ୍ଟାର ପ୍ଲେୟାର ନେଟ-ସିବର-ବ୍ରଣ୍ଟଙ୍କ ଅପରାଜିତ ୬୦ ରନ୍ ଦଳକୁ ବିଜୟୀ କରାଇଥିଲା । ନେଟ-ସିବର-ବ୍ରଣ୍ଟ ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିବା ବେଳେ ପ୍ଲେୟାର ଅଫ ଦ ସିରିଜ ଟ୍ରଫି ହାତେଇଥିଲେ ହାଇଲେ ମ୍ୟାଥ୍ୟୁସ । ଏଥିସହ ପ୍ରଥମ ସିଜିନରେ ଚାମ୍ପିଅନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ।