NEWS HIGHLIGHTS
- ଦ୍ବିତୀୟ ଭୟଙ୍କର ମହାମାରୀ ଆଣୁଛି "ଏକ୍ସ" ଭାଇରସ
- ଏହା କୋଭିଡ-୧୯ ଠାରୁ ମଧ୍ୟ ଅତ୍ୟନ୍ତ ଭୟଙ୍କର
- ୫ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ
- ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିଛି ସୂଚନା
ଅର୍ଗସ ବ୍ୟୁରୋ : ଖୁବ ଭୟଙ୍କର ହୋଇପାରେ "ଏକ୍ସ ଡିଜିଜ" ବା ଏକ୍ସ ରୋଗ. ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏପରି ସୂଚନା ମିଳିଛି. ଏହା କୋଭିଡ-୧୯, ଏବୋଲା, ଲାସା ଫିଭର, ମିଡଲ ଇଷ୍ଟ ରେସ୍ପିରେଟୋରୀ ସିଣ୍ଡ୍ରୋମ ଆଦି ଭଳି ଏକ ଭୟଙ୍କର ରୋଗ . ଯେଉଁ ରୋଗର ଅତ୍ୟଧିକ ମୃତ୍ୟୁ ହେବା ଆଶଙ୍କା ରହିଛି. ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମତ ଅନୁଯାୟୀ ଏହି ଏକ୍ସ ରୋଗ ହେଉଛି ଏକ ଅଜଣା ରୋଗ. ଯାହାଦ୍ବାରା ଭୟଙ୍କର ମହାମାରୀ ହେବାର ସମ୍ଭାବନା ଥାଏ. ଏହା ଏକ ଭାଇରସ ହେଇପାରେ କିମ୍ବା ଏକ ଫଙ୍ଗସ ହୋଇପାରେ, ଯାହାର କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନଥାଏ.
ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ନାଁ ଡିଜିଜ ଏକ୍ସ ରଖିଛି. ଏ ନେଇ ୟୁକେର ଭ୍ୟାକ୍ସିନ ଟ୍ୟାକ୍ସ ଫୋର୍ସ ମୁଖ୍ୟ କେଟ ଭିଙ୍ଗମ ସୂଚନା ଦେଇଛନ୍ତି . ତେବେ ସେ କହିଛନ୍ତି ବର୍ତ୍ତମାନ ପାଇଁ ଏକ୍ସ ରୋଗର କୌଣସି ଭ୍ୟାକସିନ କିମ୍ବା ଚିକିତ୍ସା ବାହାରିନାହିଁ. ଏହାକୁ ନେଇ ସେ ୨୫ ପ୍ରକାର ଭୂତାଣୁ ଉପରେ ଅଧ୍ୟୟନ କରୁଛନ୍ତି. ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ମହାମାରୀ ବ୍ୟାପିବାର ଅଧିକ ଆଶଙ୍କା ଥାଏ ବୋଲି ସେ କହିଛନ୍ତି. ଏହି ମହାମାରୀ କରୋନା ମହାମାରୀ ଠାରୁ ୨୦ ଗୁଣା ଅଧିକ.
ତେବେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ସମ୍ପୁର୍ଣ୍ଣ ତଥ୍ୟ ପ୍ରକାଶ ପାଇନାହିଁ. ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ଏକ୍ସ ଡିଜିଜ ବୋଲି କୁହାଯାଉଛି. ତେବେ ଏହାକୁ ନେଇ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି ବୈଜ୍ଞାନିକ ମାନେ.