ଅର୍ଗସ ବ୍ୟୁରୋ: ବାରିସ ପଂଜାବ ଦେର ମୁଖ୍ୟ ତଥା ଖଲିସ୍ତାନୀ ଅମୃତପାଲକୁ ଧରିବାକୁ ପୋଲିସ ଲଗାତାର ଅପରେସନ ଜାରୀ ରଖିଛି । ଏହା ସତ୍ୱେ ପୋଲିସକୁ କୌଣସି ସଫଳତା ମିଳୁ ନାହିଁ । ସେ ଯେଉଁ ବାଇକ ଜରିଆରେ ପୋଲିସକୁ ଦେଖି ପଳାୟନ କରିଥିଲା ସେହି ବାଇକ ପୋଲିସକୁ ମିଳି ଯାଇଛି । ବାଇକକୁ ଜଳନ୍ଧର ସହରରରୁ ପାଖାପାଖି 45 କିମି ଦୂର ଦାରାପୁର ଅଂଚଳରୁ ଠାବ କରାଯାଇଛି । ଅନ୍ୟପକ୍ଷରେ ପଂଜାବ ପୋଲିସ ଅମୃତପାଲ ସିଂହଙ୍କ ମା ଙ୍କୁ ପଚାରା ଉଚୁରା କରିଛି । ପାଖାପାଖି ଏକ ଘଂଟା ଧରି ତାଙ୍କୁ ପଚାରା ଉଚୁରା କରାଯାଇଛି । ତେବେ କେଉଁ ପ୍ରସଙ୍ଗକୁ ନେଇ ଏହି ପଚାରା ଉଚୁରା କରାଯାଇଛି ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ।
ଅଧିକ ପଢ଼ନ୍ତୁ: ୪ ଦିନ ହେଲା ଅମୃତପାଲ ଫେରାର
ତେବେ ଅମୃତପାଲର ପତ୍ନୀ କିରଣଦୀପ ବିଷୟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ସେ ଜଣେ ଏନଆରଆଇ ଓ ଆତଙ୍କବାଦୀ ସଂଗଠନ ବବର ଖାଲସାର ଜଣେ ସକ୍ରିୟ ସଦସ୍ୟ ।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କିରଣଦୀପ ବିଦେଶରେ ଖଲିସ୍ତାନ ପାଇଁ ଫଣ୍ଡିଂ ଯୋଗାଡ କରିଥାଏ । 2020 ମସିହାରେ ବବର ଖାଲସା ପାଇଁ ଫଣ୍ଡିଂ ଯୋଗାଡ କରିଥିବା ଅଭିଯୋଗରେ ତାକୁ ଅନ୍ୟ ପାଂଚ ଜକୁ ଗିରଫ କରାଯାଇଥିଲା । ସେ ବ୍ରିଟେନରେ ଖଲିସ୍ତାନ ମୁଭମେଂଚ ପାଇଁ ଫଣ୍ଡିଂ ଯୋଗା଼ଡ କରୁଥିଲା ।
ଆହୁରି ପଢ଼ନ୍ତୁ:ଅମୃତପାଲ୍ ଅଦୃଶ୍ୟ ହେବା ପଛରେ କାହାର ହାତ ?
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ 18 ମାର୍ଚ ଦିନ ପାଖାପାଖି 11.15ରେ ପୋଲିସ ତାକୁ ପୂର୍ବ ଯୋଜନା ଅନୁସାରେ ଗିରଫ କରିବାକୁ ଗଲା ବେଳେ ସେ ଫେରାର ହୋଇଯାଇଥିଲା । ସେ ଯେଉଁ ମର୍ସିଡିଜରେ ଯାଇଥିଲା ତାକୁ ଶାହକୋଟ – ମୋଗା ମଧ୍ୟରେ ଥିବା ଏକ ଫ୍ଲାୟ ଓଭର ନିକଟରେ ଛାଡି ଚାଲି ଯାଇଥିଲା । ପରେ ତାର କକା ଓ ଡ୍ରାଇଭର ସେହି ମର୍ସିଡିଜକୁ ନେଇ ଯାଇଥିଲେ । ପଂଜାବରେ ଖଲିସ୍ତାନୀ ଆନ୍ଦୋଳନକୁ ପୁଣି ଥରେ ଆରମ୍ଭ କରିଥିବା ବାରିସ ପଂଜାବ ଦେ ର ମୁଖ୍ୟ ଅମୃତପାଲ ସିଂହ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମନାକୁ ଆସିଥିଲା । ଅମୃତ ପାଲର ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବାର ପଂଜାବ ପୋଲିସକୁ ପ୍ରମାଣ ମିଳିଥିଲା ।
ପଂଜାବ ପୋଲିସର ଆଇଜି ସୁଖଚୈନ ସିଂହ ଗିଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବର୍ତମାନ ସୁଦ୍ଧା କରାଯାଇଥିବା ଜାଂଚରେ ଆସିଥିବା ତଥ୍ୟ ଓ ପରିସ୍ଥିତି ଆଧାରରେ ତାଙ୍କର ଆଇଏସଆଇ ସହ ଜଡିତ ଥିବା ଜଣା ପଡିଛି । ଏହା ସହିତ ବିଦେଶୀ ଫଣ୍ଡିଂକୁ ନେଇ ମଧ୍ୟ ସନ୍ଦେହ ବଢିବାରେ ଲାଗିଛି ।ବର୍ତମାନ ସୁଦ୍ଧା ଅମୃତପାଲ ସିଂହଙ୍କର 114 ଜଣ ସମର୍ଥକଙ୍କୁ ବର୍ତମାନ ସୁଦ୍ଧା ଗିରଫ କରା ଯାଇ ସରିଛି । ସେମାନଙ୍କ ଠାରୁ 10 ଅସ୍ତ୍ର ଶସ୍ତ୍ର ମଧ୍ୟ ଜବତ କରାଯାଇଛି।