ଗାଁରେ ରହିବାକୁ କାହାକୁ ବା ଭଲ ନ ଲାଗେ। ମଣିଷ ଯେତେ ଆଧୁନିକତ୍ବକୁ ଛୁଇଁଥିଲେ ମଧ୍ୟ ଗାଁରେ ରହିବାକୁ ସମସ୍ତେ ଭଲ ପାଆନ୍ତି। ସେଥିପାଇଁ ଛୁଟି ମିଳିଲେ ଲୋକେ ସହରୀ ଜୀବନ ଛାଡ଼ି ଗାଁର ଶାନ୍ତ ସବୁଜ ପରିବେଶକୁ ଉପଭୋଗ କରିବାକୁ ଭଲ ପାଆନ୍ତି।
ହେଲେ ଦର୍ଶକ ବନ୍ଧୁ ଆମେ ଆଜି ଆପଣଙ୍କୁ ଏକ ଗାଁ ବିଷୟରେ ଜଣାଇବୁ। ଯେଉଁ ଗାଁର ଘରଠୁ ଆରମ୍ଭ କରି ରାସ୍ତାଘାଟ ସବୁ ପରିଷ୍କାର। ଏହି ଗାଁକୁ ଭଗବାନଙ୍କ ବଗିଚା ବୋଲି କୁହାଯାଏ। ୨୦୦୩ ମସିହାରେ ମାଓ୍ବଲିନୋଙ୍ଗ ଗାଁକୁ ବିଶ୍ବର ପରିଷ୍କାର ଗାଁ ଭାବେ ପୁରସ୍କୃତ କରାଯାଇଥିଲା। ଏହି ଗାଁରେ ସବୁ ଲୋକ ସ୍ବାକ୍ଷର। ଗାଁରେ ରିସାଇକେଲ ହୋଇପାରୁ ନ ଥିବା ପ୍ଲାଷ୍ଟିକ ବ୍ୟାନ ହୋଇଛି।
ଗାଁ ଯେମିତି ଗାଁର ଲୋକ ମଧ୍ୟ ସେମିତି ସ୍ବଚ୍ଛତାକୁ ବଜାୟୀ ରଖିଛନ୍ତି। ଗାଁର ପ୍ରତି ଘରେ ଶୌଚାଳୟ ଏବଂ ବାଉଁଶ ନିର୍ମିତ ଡଷ୍ଟବିନ ରହିଛି। ପରିବାରର ସବୁ ଲୋକ ଦୈନିକ ଗାଁର ସଫେଇରେ ସାମିଲ ହୁଅନ୍ତି। ସଫେଇ ନକଲେ ଘରେ ଖାଇବାକୁ ମିଳେନି।
ମାଓ୍ବଲିନୋଙ୍ଗ ଗାଁ ଯିବାକୁ ଯଦି ପ୍ଲାନିଂ କରୁଛନ୍ତି ତାହାଲେ ବର୍ଷର ସବୁ ସମୟ ଏହି ଗାଁକୁ ଯିବାକୁ ଅନୁକୂଳ। କିନ୍ତୁ ବର୍ଷାଦିନେ ଏହି ଗାଁକୁ ଯିବାର ମଜା ଅଲଗା। ଗାଁର ଚାରିପାଖ ସବୁଜମୟ ପରିବେଶ ହୋଇଥାଏ।
ଅଧିକ ପଢ଼ନ୍ତୁ ଭାରତ ଖବର