ଏଥିପାଇଁ ଆଜି କଂଗ୍ରେସ ନେତା ଦିଗବିଜୟ ସିଂହ ଦିଲ୍ଲୀରେ ସାଂସଦ ଶଶି ଥରୁରଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ବୈଠକ ପରେ ଦିଗବିଜୟ ସିଂହ କହିଛନ୍ତି ଏହା ହେଉଛି `ଦୁଇ ବନ୍ଧୁଙ୍କ ମଧ୍ୟରେ ପ୍ରତିଯୋଗିତା’। ସେପଟେ ଶଶି ଥରୁର ମଧ୍ୟ ଟୁଇଟ କରି କହିଛନ୍ତି, ଆମେ ଦୁଇ ଜଣ ଏହି ପ୍ରତିଯୋଗିତାକୁ ସ୍ବାଗତ କରୁଛୁ। ଏହା ଦୁଇ ଶତ୍ରୁଙ୍କ ମଧ୍ୟରେ ପ୍ରତିଯୋଗିତା ନୁହେଁ ଦୁଇ ବନ୍ଧୁଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଦୁଇ ଜଣଙ୍କ ମଧ୍ୟରେ ଯିଏ ବି ଜିତୁ ସେଥିରେ ଭାରତୀୟ ଜାତୀୟ କଂଗ୍ରେସର ହିଁ ବିଜୟ ହେବ।
ରାଜନୀତି ଖବର ଆହୁରି ପଢନ୍ତୁ ।