
ୱାଶିଂଟନ୍: ଚାଇନିଜ୍ ଟିକାରେ ଭରୋସା କରି ସଂକ୍ରମଣ ବୃଦ୍ଧି ପାଉଛି ତିନି ଦେଶରେ। ମୋଙ୍ଗୋଲିଆ, ସେଚେଲସ୍ ଏବଂ ବହରିନ ପରି ଦେଶଗୁଡିକ କରୋନାରୁ ମୁକ୍ତ ପାଇ ଏବଂ ସାମାନ୍ୟ ସ୍ଥିତି ଫେରାଇ ଆଣିବା ପାଇଁ ସହଜରେ ଉପଲବ୍ଧ ଚାଇନିଜ୍ COVID-19 ଟିକା ଉପରେ ନିର୍ଭର କରିଥିଲେ। କିନ୍ତୁ ଏବେ ଏହି ତିନି ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ସଂକ୍ରମଣ।
ଦି ନ୍ୟୁୟର୍କ ଟାଇମ୍ସ (NYT) ରିପୋର୍ଟ ଅନୁଯାୟୀ, ବିଭିନ୍ନ ଦେଶରୁ ଆସିଥିବା ଉଦାହରଣରୁ ଜଣାପଡିଛି ଯେ କରୋନା ଭୂତାଣୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଚାଇନାର ଟିକା ଅଧିକ ପ୍ରଭାବଶାଳୀ ହୋଇନପାରେ।
ଡାଟା-ଟ୍ରାକିଙ୍ଗ ଏବଂ ଅବର ଓ୍ବାଲ୍ଡ ଇନ୍ ଡାଟା ଅୁସାରାରେ ଏହି ଦେଶ ଗୁଡିକ ଯଥା ସେଚେଲ୍ସ, ଚିଲି, ବହରିନ ଏବଂ ମୋଙ୍ଗୋଲିଆରେ ପ୍ରାୟ 50 ରୁ 68 ପ୍ରତିଶତ ଲୋକ ଚାଇନାର ଟୀକାକରଣ କରିଛନ୍ତି, ଯାହାକି ଆମେରିକାକୁ ଅତିକ୍ରମ କରିଛି। ଗତ ସପ୍ତାହ ସୁଦ୍ଧା COVID-19 ବୃଦ୍ଧି ପାଉଥବା ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସାମିଲ୍ ଅଛନ୍ତି ଚାଇନାର ଟୀକାକରଣ କରିଥିବା ଏହି ଦେଶ ।
