ଏହିପରି ପରିସ୍ଥିତିରୁ ମୁକୁଲିବା ପାଇଁ ତଥା ନିଜକୁ ସଫଳତାର ନିକଟତର କରିବା ପାଇଁ ପ୍ରସ୍ତୁତ କରିବାକୁ ପଡିବ । ଏବେ ଆପଣ ହୁଏତ ଭାବୁଥିବେ ଏହିପରି ଚିନ୍ତାଜନକ ସ୍ଥିତିରୁ ମୁକୁଲିବା କେମିତି ? ତେବେ ପଢନ୍ତୁ ଜୟ ସେଠୀଙ୍କ ବହି ଥିକ୍ ଲାଇକ ଏ ମୋକ୍ । ଏହି ବହିଟି ମାନସିକ ସ୍ଥିରତା ଆଣିବାରେ ସହଯୋଗ କରିବା ସହ ଲୋକଙ୍କ ଚିନ୍ତାଧାରାରେ ଜୀଇଁବାରୁ ଆପଣଙ୍କୁ ନିବୃତ୍ତ କରିବ । ଆପଣଙ୍କ ପସନ୍ଦର ଜୀବନ ଜୀଇଁବାକୁ ପ୍ରେରଣା ଦେବ । ଆତ୍ମଗର୍ବକୁ ପଛରେ ପକାଇ ଆଗକୁ ବଢିବାର କୌଶଳ ବୃଦ୍ଧି କରିବାରେ ସହଯୋଗ କରିବ । ଏହା ସହ ସଂପର୍କକୁ କିପରି ସୁଦୃଢ କରିହୁଏ ସେ ସଂପର୍କରେ ଆପଣଙ୍କ ଦକ୍ଷତା ବୃଦ୍ଧି ହେବ ।
ଏହି ପରିକି ନୂଆ କିଛି କରିବାକୁ ଏହି ବହି ଉତ୍ସାହିତ କରିବ । ବହିଟି ପଢିବା ପରେ ଅପଣଂକର ପ୍ରତିଟି କଥା ଉପରେ ନିଜର ଏକ ଚିନ୍ତାଧାରା ବିକାଶ ହେବ । ଯାହା ସଫଳତା ହାସଲ କରିବାରେ ସହାୟକ ହେବ । ତେଣୁ ବହିଟି ସଂଗ୍ରହ କରି ନିଶ୍ଚିତ ପଢନ୍ତୁ ।