ପଞ୍ଜାବ ପୁଲିସ ଏହି ଘଟଣାରେ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଟୁଇଟ୍ କରି ପୁଲିସ ମହାନିର୍ଦେଶକ ଗୌରବ ଯାଦବ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳା ନଷ୍ଟ କରିବା ହେଉଛି ଏହି ବିସ୍ଫୋରଣର ମୂଳ ଉଦ୍ଦେଶ୍ୟ। ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ୧ଟା ବେଳେ ଦେଶୀ ବୋମା ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଊର। ବିସ୍ଫୋରଣ ବେଳେ ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ କୋଠରିରେ ୨ଜଣ ପୁରୁଷ ଓ ଜଣେ ମହିଳା ଥିଲେ। ସେ ୩ଜଣଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା।
ଏହି ଦେଶୀ ବୋମା ବା ଗଡ଼ମାରେ ‘ପଟାସିୟମ୍ କ୍ଲୋରେଟ୍’ ବ୍ୟବହାର କରାଯାଇଥିଲା। ଫୋରେନ୍ସିକ୍ ଟିମ୍ ଓ ପଞ୍ଜାବ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।