ବେଙ୍ଗାଲୁରୁ: କୋରୋନା କବଳରେ ଭାରତ । କୋରୋନାରେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ବେଙ୍ଗାଲୁରୁରେ ତୃତୀୟ କୋରୋନା ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୬୫ ବର୍ଷ । ସେ ଦିଲ୍ଲୀରୁ ଜାମା ମସ୍ଜିଦ୍ରେ ରହିଥିଲେ ଓ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍ ଯୋଗେ କର୍ଣ୍ଣାଟକ ଫେରିଥିଲେ ।
ତାଙ୍କର ୩ ଜଣ ପତ୍ନୀ ଓ ୨୦ ଜଣ ସନ୍ତାନ ଅଛନ୍ତି । ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। କର୍ଣ୍ଣାଟକର ତୁମକୁର ଜିଲ୍ଲାରେ ମୃତକଙ୍କ ଘର । ଏହି ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ୩୩ ଜଣ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିବା ତୁମକୁର ଉପଜିଲ୍ଲାପାଳ ରାଜେଶ କୁମାର ସୂଚନା ଦେଇଛନ୍ତି ।
ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କର ୩ ପତ୍ନୀ, ୨୦ ଜଣ ସନ୍ତାନ ଓ ୧୦ ଜଣ ପରିବାର ସଦସ୍ୟ ଅଛନ୍ତି । ଏହି ୩୩ ଜଣଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।
