ପ୍ରେସମିଟ କରି କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଛନ୍ତି, ଏହି ବଜେଟ୍ ଅମୃତକାଳର ବଜେଟ୍ । ଆଗାମୀ ୨୫ବର୍ଷକୁ ଧ୍ୟାନ ରଖି କରି ଏହାର କଳ୍ପନା କରାଯାଇଛି। ଏହି ବଜେଟ୍ ସର୍ବସ୍ପର୍ଶୀ ସର୍ବବ୍ୟାପୀ ହୋଇପାରିଛି। ସବୁ ବର୍ଗଙ୍କୁ ଦୃଷ୍ଟିରେ ରଖି ଯୋଜନା କରାଯାଇଛି। ମହିଳାମାନଙ୍କ ରୋଜଗାର ବଢ଼ାଇବା ପାଇଁ ସଶକ୍ତ କରିବାପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ବଜେଟ୍ ସମସ୍ତଙ୍କ ଲକ୍ଷ୍ୟ ପୂରଣ କରିବ। ବଜେଟ୍ରୁ ଓଡ଼ିଶା ଭଳି ରାଜ୍ୟ ମଧ୍ୟରେ ବିଶେଷ ଲାଭ ପାଇବ ।
ଚଳିତବର୍ଷ ମୋଟ 1 ଲକ୍ଷ 16 ହଜାର 417 କୋଟି ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି । ସେଥିରୁ ଶିକ୍ଷା ମନ୍ତ୍ରଣାଳୟ ପାଇଁ 1 ଲକ୍ଷ 12 ହଜାର 899 କୋଟି ଟଙ୍କା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପାଇଁ 3 ହଜାର 517 କୋଟି ଟଙ୍କାର ଆବଣ୍ଟନ ହୋଇଛି ।
କୃଷକ ମାନଙ୍କ ହିତ ମାନଙ୍କ ଏହାର ରୂପ ରେଖ ହୋଇଛି। ମଧ୍ୟବର୍ଗର ଲୋକଙ୍କ ପାଇଁ ଇନକମ୍ ଟ୍ୟାକ୍ସ ଉପରେ ରିହାତି ଦିଆଯାଇଛି। ମତ୍ସ୍ୟ ଚାଷୀଙ୍କ ପାଇଁ ରିହାତି ଦିଆଯାଉଛି। ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ଭାରତ ସରକାର ବିପଦ ସମୟରେ ନେଇଥିବା ପଦକ୍ଷେପ ପାଇଁ ଆଜି ଆମେ ଭଲ ସ୍ଥିତି ରେ ରହିଛୁ। ବିକଶିତ ଭାରତର ମୂଳଦୁଆକୁ ମଜଭୁତ କରୁଥିବା ବଜେଟ।।
ଯୁବକମାନଙ୍କ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଯୁବକମାନଙ୍କ ପାଇଁ ଦକ୍ଷତା ଯୁବ କେନ୍ଦ୍ର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେବେ ଏବଂ ବିଦେଶରେ ଚାକିରି କରିବାର ସ୍ଵପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ ୩୦ଟି ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯିବ। ଜାତୀୟ ଆପ୍ରେଣ୍ଟିସିପ ପଦୋନ୍ନତି ଯୋଜନା ଗଠନ ହେବ ଏବଂ ଛାତ୍ରମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦିଆଯିବ।