ଏହି ସମୟରେ ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା 45 ଉପରକୁ ଡେଇଁଯିବ। ସେହିପରି ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ମଧ୍ୟ ମେ ମାସରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହେବା ନେଇ ସ୍କାଏମେଟ ପକ୍ଷରୁ ଆକଳନ କରାଯାଇଛି। ଚଳିତ ବର୍ଷ ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ଫସଲହାନୀ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ଦେଶରେ ଅନୁଭୁତ ହେବ ଭୟଙ୍କର ଗ୍ରୀଷ୍ମପ୍ରବାହ

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ଦେଶରେ ଅନୁଭୁତ ହେବ ଭୟଙ୍କର ଗ୍ରୀଷ୍ମପ୍ରବାହ। ସ୍ୱାଭାବିକ ଠାରୁ ଉପରକୁ ଯିବ ଦିନର ତାପମାତ୍ରା। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେବ ଜବଜୀବନ। ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ ଏଭଳି ଆକଳନ କରାଯାଇଛି। ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟଭାଗ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତରେ ଲୁ ପ୍ରଭାହିତ ହେବ ବୋଲି କୁହାଯାଇଛି।
Download Argus News App
