ବଲିଉଡର କିଛି ଜଣାଶୁଣା ହିରୋଇନଙ୍କ ଭିତରେ ଭାଗ୍ୟଶ୍ରୀ ଆସନ୍ତି । ୧୯୮୯ ରେ ତାଙ୍କର ଏକ ଚଳଚ୍ଚିତ୍ର ଆସିଥିଲା, ଯାହାର ନାଁ ଥିଲା “ମୈନେ ପ୍ୟାର କିଆ” । ଏଥିରେ ସେ ସଲମନ ଖାଁଙ୍କ ବିପକ୍ଷରେ ନାୟିକା ସାଜିଥିଲେ । ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ହେଲେ ଏହାପରେ ଆଉ କୌଣସି ଚଳଚ୍ଚିତ୍ରରେ ମୂଖ୍ୟ ଭୂମିକାରେ ଭାଗ୍ୟଶ୍ରୀ ଆସିନଥିଲେ । କେବଳ କିଛି ସହକଳାକାର ଭୂମିକାରେ ହିଁ ସେ ନଜର ଆସିଥିଲେ ।
ଆଉ ଏକ ଅଭିନେତ୍ରୀ ହେଉଛନ୍ତି ଟ୍ବିଙ୍କିଲ ଖାନ୍ନା । ନାମୀଦାମୀ କପଲ ଡିମ୍ପଲ କପାଡିଆ ଏବଂ ରାଜେଶ ଖାନ୍ନାଙ୍କ ଅଲିଅଳି ଝିଅ ।ଯାହାଙ୍କର ୯୦ ଦଶକରେ ଅନେକ ନାମୀଦାମୀ ଚଳଚ୍ଚିତ୍ର ଆସୁଥିଲା । ସେଥିମଧ୍ୟରୁ ଗୋଟେ ଥିଲା ବରସାତ୍ । ତେବେ ଏହି ଅଭିନେତ୍ରୀ ଜଣକ ମିଶନ ମଙ୍ଗଲ ର ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ସମ୍ପୁର୍ଣ୍ଣ ଦୂରେଇ ଯାଇଥିଲେ ।
ଆସିନ ଥୋଟୁମକାଲ । ଗଜନୀ ଚଳଚ୍ଚିତ୍ର ପରେ ଅନେକଙ୍କ ହୃଦୟ ଜିତିଥିଲେ ୟାସିନ । ବ୍ଲକବଷ୍ଟର ଚଳଚ୍ଚିତ୍ର ଗଜନୀରେ ୟାସିନଙ୍କ ବିପକ୍ଷରେ ଥିଲେ ଅମୀର ଖାନ । ତେବେ ୨୦୧୬ ରେ ୟାସିନ ସରପ୍ରାଇଜ ଭାବେ ନିଜ ବାହାଘର କଥା ଘୋଷଣା କରିଥିଲେ । ମାଇକ୍ରୋସଫ୍ଟର ସିଇଓ ରାହୁଲ ଖାନ୍ନାଙ୍କୁ ବିବାହ କରିବା ପରେ ସେ ଫିଲ୍ମ ଆଉ କରିବେନି ବୋଲି ନିଜ ଇନଷ୍ଟାଗ୍ରାମ ପେଜରେ ଘୋଷଣା କରିଥିଲେ ।
ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବିନ୍ଦ୍ରେ । ଅଭିନୟ ପାଇଁ ସେ ଯେତିକି ପ୍ରତିଷ୍ଠିତ, ନିଜର ସୁନ୍ଦରତା ପାଇଁ ମଧ୍ୟ ସେ ସେତିକି ଚର୍ଚ୍ଚିତ । ବଲିଉଡର ହୁସ୍ନପରୀ ଭାବେ ସେ ଜଣାଶୁଣା । ୯୦ ଦଶକର ଅନେକ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ହେଲେ ବିବାହ ପରେ ସେ ଅଭିନୟ ଜଗତରୁ ସମ୍ପୁର୍ଣ୍ଣ ଦୂରେଇ ନଥିଲେ ବି ମୁଖ୍ୟ ଭୁମିକାରେ ଆଉ ନଜର ଆସି ନଥିଲେ । କିଛିକ୍ଷଣ ପାଇଁ କିଛି ମୁଭିରେ ନଜର ଆସୁଛନ୍ତି ସୋନାଲି ।
ଆଜି ବି ଏଇ ଲୋକପ୍ରିୟ ଅଭିନେତ୍ରୀମାନେ ସେମାନଙ୍କ ପ୍ରଶଂସକଙ୍କ ହୃଦୟରେ ଅଛନ୍ତି ।