ଏହି ନରସଂହାର କେତେ ଭୟଙ୍କର ଥିଲା ତାହା ଏହି ପ୍ରଦର୍ଶନୀ ହିଁ ବୟାନ କରୁଛି। ଭାରତରେ ମୁସଲିମ ରାଜ୍ କୁ ଫେରାଇ ଆଣିବା ଏବଂ ନିଜର ଦବଙ୍ଗ ଗିରି ପ୍ରଦର୍ଶନ କରିବା ଏହି ନରସଂହାର ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ହଜାର ହଜାର ସଂଖ୍ୟାରେ ସେଠାରେ ହିନ୍ଦୁ ମାନଙ୍କର ମୃତ୍ୟୁ ହୋଇଥିଲା।
ସେମାନଙ୍କ ସମ୍ପତ୍ତିକୁ ଜବର ଦସ୍ତ ଛଡାଇ ନିଆଯାଇଥିଲା। ଯେଉଁମାନେ ନରସଂହାରୀ ଥିଲେ, ଯେଉଁମାନେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରିଥିଲେ ସେମାନଙ୍କୁ କେରଳ ସରକାର ସ୍ୱାଧୀନତା ସଂଗ୍ରାମୀ ର ଆଖ୍ୟା ଦେଉଛନ୍ତି। ଆଜି ସେମାନଙ୍କୁ ପେନସନ ମିଳୁଛି।
ତୁରନ୍ତ ସେମାନଙ୍କୁ ହତ୍ୟାକାରୀ ଘୋଷଣା କରାଯାଇ , ହିନ୍ଦୁ ମାନଙ୍କର ଏକ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ପ୍ରଜ୍ଞା ପ୍ରବାହ ର convenor ଜେ ନନ୍ଦକୁମାର କହିଛନ୍ତି।
ସେ କହିଛନ୍ତି ଅନିବେସାନ୍ତ, ଆମ୍ବେଦକର, ଆରସି ମୁଜୁମଦାର ନିଜ ନିଜର ପୁସ୍ତକରେ ନରସଂହାର ବିଷୟରେ ଲେଖିଛନ୍ତି। କିନ୍ତୁ ଆମର ଇତିହାସକୁ କଳଙ୍କିତ କରାଯାଉଛି। ଭୁଲ ତଥ୍ୟ ଦିଆଯାଇଛି। ଇହିହାସରେ ଏ କଥାକୁ ସାମିଲ କରି ଯୁବ ପିଢ଼ିଙ୍କୁ ଜଣାଯାଉନାହିଁ। ନରସଂହାର କୁ କୃଷକ ଆନ୍ଦୋଳନ ବୋଲି କୁହାଯାଇଥିଲା।
ମହମ୍ମଦ ଅଲ୍ଲୀ, ସୌକତ ଅଲ୍ଲୀ ଭଳି ମୁସଲିମ ନେତା ଏହାର ନେତୃତ୍ୱ ନେଇଥିଲେ। ବ୍ରିଟିଶ ଶାସନ ହଟେଇ ମୁସଲିମ ଶାସନ ପ୍ରତିଷ୍ଠା କରିବା ଏହି ନରସଂହାର ଲକ୍ଷ ଥିଲା ବୋଲି ବିଜେପି ନେତା କପିଲ ମିଶ୍ର କହିଥିଲେ।