ଜାନୁୟାରୀ ୩୧ରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଫେସ୍ବୁକରେ ଉସମାନ ନାମକ ଜଣେ ବ୍ୟକ୍ତ ରାମ ମନ୍ଦିରକୁ ଉଡ଼ାଇଦେବାସହ ସେଠାରେ ବାବ୍ରୀ ମସଜିଦ୍ ନିର୍ମାଣ କରିବାକୁ ଧମକ ଦେଇଥିଲେ। ଏହି ଭିଡିଓ ଭାଇରାଲ ପରେ ଏନଆଇଏ ପକ୍ଷରୁ ଚଢ଼ାଉ ଜାରି ରହିଥିଲା।
ରାମ ମନ୍ଦିର ଉଡ଼ାଇଦେବାକୁ ଧମକ

ଅର୍ଗସ ବ୍ୟୁରୋ: ଅଯୋଧ୍ୟାର ରାମ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିବା ଅଭିଯୋଗରେ ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ୩ଜଣ ସନ୍ଦିଗ୍ଧଙ୍କୁ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଶନିବାର ସକାଳେ ବିହାରର ମୋତିହାରି ଜିଲ୍ଲାରେ ଗିରଫ କରି ପଚରାଉଚରା ଜାରି ରଖିଛି। ଏନ୍ଆଇଏ ଏବଂ ବିହାର ପୋଲିସ ଜିଲ୍ଲାର କୌନଓ୍ବାନ ଗ୍ରାମରେ ମିଳିତ ଚଢ଼ାଉ କରିଥିଲେ। ଅଭିଯୁକ୍ତମାନଙ୍କୁ ଏନ୍ଆଇଏ ଏବଂ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା କରୁଛନ୍ତି।
Download Argus News App
