
ନୂଆଦିଲ୍ଲୀ: ନୋଏଡ଼ା ପ୍ରଶାସନ ଜାରି କଲା ନୂଆ ନିୟମ । ଅଗଷ୍ଟ ପହିଲାରୁ ପ୍ରତି ଘରେ ଏହି ନିୟମ ପାଳନ କରିବା ବାଧ୍ୟତାମୂଳକ । ପ୍ରତି ଘରେ ରହିବ 3ଟି ଲେଖାଁଏ ଡଷ୍ଟବିନ୍ । ପ୍ରତି ଡଷ୍ଟବିନ୍ରେ ଘରୁ ବାହାରୁଥିବା ଅଳିଆ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।
ପ୍ରଥମ ବା ସବୁଜ ଡଷ୍ଟବିନ୍ରେ ପରିବା ଚୋପା, ଅଣ୍ଡା ଖୋଳପା, ମାଛ ଓ ମାଂସ କଣ୍ଟା, ବଞ୍ଚିଥିବା ଖାଦ୍ୟ ପଡ଼ିବ । ଦ୍ୱିତୀୟ ବା ନୀଳ ରଙ୍ଗର ଡଷ୍ଟବିନ୍ରେ କାଗଜ, ରଦ୍ଦି ପେପର, ବୋତଲ ଓ କେନ୍ ଆଦି ପକାଇବାକୁ ହେବ । ଏହାସହ ଡଷ୍ଟବିନ୍ ଶୁଖିଲା ରଖିବାକୁ ହେବ ।
ତୃତୀୟ ବା ଲାଲ ରଙ୍ଗର ଡଷ୍ଟବିନ୍ରେ ମେଡିକାଲ ୱେଷ୍ଟ ଓ ଅନ୍ୟ ବାୟୋଡିଗ୍ରେଡେବଲ୍ ପଦାର୍ଥ ପକାଇବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଏହାସହ ଏଥିରେ ଫ୍ୟୁଜ୍ ବଲବ୍, କଇଁଚି ଓ ଖରାପ ରେଜର ପକାଇପାରିବେ ।
ତେବେ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମା ପରେ ଉଠିଛି ପ୍ରଶ୍ନ । କାରଣ ନୋଏଡ଼ାରେ ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ଗରିବ ଶ୍ରେଣୀର । ସେମାନେ ନିଜ ଘର ବାହାରେ 3ଟି ଡଷ୍ଟବିନ୍ ରଖିବା ସମ୍ଭବ ନୁହେଁ । ଏମିତିରେ ଏହିସବୁ ପରିବାର ନୋଏଡ଼ା ଅଥରିଟିଙ୍କ ଗାଇଡଲାଇନ୍ କେମିତି ମାନିବେ ବୋଲି ପ୍ରଶ୍ନ ଉଠିଛି ।
