ଅଧିକ ପଢନ୍ତୁ ବିଦେଶ ଖବର
ଏହାବ୍ୟତିତ ସେଠାକାର ମାଟି ପଥୁରିଆ ହୋଇଥିବାରୁ ଗାତ ଖୋଳି ଶବ ପୋତିବା ବଡ କଷ୍ଟକର ହୋଇଥାଏ। ଶବକୁ ପୋତିବା ପରେ ତାହାକୁ ପୋକଜୋକ ଖାଇ ନଷ୍ଟ କରିଥାନ୍ତି। ତେଣୁ ଏହାଠାରୁ ଭଲ ଶବକୁ ପକ୍ଷୀ ମାନେ ଖାଇବା ଦରକାର । ଏହାକୁ ସେମାନେ ଆତ୍ମ ବଳିଦାନ କହିଥାନ୍ତି। ଆଫ୍ରିକାର ପୂର୍ବତଟରେ ଥିବା ମାଡାଗାସ୍କରରେ ଲୋକେ ମୃତଦେହକୁ ପ୍ରଥମେ ପୋତିଥାନ୍ତି। ପରେ ତାହାକୁ ମଝିରେ ମଝିରେ ଖୋଳି ଦେଇଥାନ୍ତି। ସେମାନେ ବିଶ୍ୱାସ କରନ୍ତି ଯେପର୍ଯ୍ୟନ୍ତ ଶବ ସମ୍ପୂର୍ଣ୍ଣ ଭାବେ ନଷ୍ଟ ନ ହୋଇଯାଇଛି ସେ ପର୍ଯ୍ୟନ୍ତ ମୃତକଙ୍କୁ ଆଉ ଏକ ଶରୀର ମିଳି ନଥାଏ। ଶବ ନଷ୍ଟ ହୋଇ କଙ୍କାଳ ହେବା ପରେ ସେଠାରେ ଉତ୍ସବ ପାଳନ କରାଯାଏ।