ଆମ ଦେଶର ସବୁଠାରୁ ଧନୀ ମନ୍ଦିର। ଭଗବାନ ଭେଙ୍କେଟଶ୍ୱର ବା ତିରୁପତିଙ୍କର। ଯାହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ ମନ୍ଦିରେ। ଏଠାରେ ବିଶେଷ କରି ଲଡ୍ଡୁ ପ୍ରସାଦ ଭକ୍ତଙ୍କର ଭାରି ପ୍ରିୟ। ମନ୍ଦିର ଆସୁଥିବା ସବୁ ଭକ୍ତଙ୍କୁ ଏହା ବଣ୍ଟା ଯାଇଥାଏ । ଏହି ଲଡ୍ଡୁର ରହିଛି ସ୍ୱତନ୍ତ୍ର ଚାହିଦା । ଅଟା, ସୁଦ୍ଧ ଘିଅ, କାଜୁ, ଅଳେଇଚ, ଚିନି, ମିଶ୍ରୀ, କିସମିସରେ ତିଆରି ଲଡ୍ଡୁ ଏତେ ସ୍ୱାଦିଷ୍ଟ..ଥରେ ଖାଇଲେ ଆଉ ଥରେ ଖାଇବାକୁ ଇଚ୍ଛା ହୁଏ ।
ଯେଉଁମାନେ ତିରୁପତି ଯାଆନ୍ତି ସାଙ୍ଗରେ ଲଡ୍ଡୁ ଆଣିବାକୁ ଭୁଲନ୍ତି ନାହିଁ । ହେଲେ ଆପଣ ଜାଣନ୍ତି କି ତିରୁପତି ମନ୍ଦିରର ଲଡ୍ଡୁର ବୟସ କେତେ ? ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲଡ୍ଡୁକୁ ପୁରିଲାଣି 308 ବର୍ଷ । ଏହି ଲଡ୍ଡୁକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି । ଏହାକୁ ଶ୍ରୀ ଭାରି ଲଡ୍ଡୁ ମଧ୍ୟ କୁହାଯାଏ । ସବୁଠାରୁ ବଡ କଥା ଏହାର ଫ୍ଲେବର ଆଜ ବି ସେମିତି ଅଛି ଯେମିତି ୩୦୦ ବର୍ଷ ତଳେ ଥିଲା।
ପ୍ରଥମ ଥର ପାଇଁ 1715 ଅଗଷ୍ଟ 2 ତାରିଖରେ ଭଗବାନ ଭେଙ୍କେଟେଶ୍ୱରଙ୍କୁ ଏହି ଲଡ୍ଡୁ ଅର୍ପଣ କରାଯାଇଥିଲା । ପୂର୍ବରୁ ଖୋଲା ବୁନ୍ଦି ଭୋଗ କରାଯାଉଥିଲା । ପରେ ଧିରେ ଧିରେ ଏହାକୁ ଲଡ୍ଡୁର ଆକାର ଦିଆଗଲା । ତିରୁପତି ମନ୍ଦିରରେ ହେଉଥିବା ପ୍ରମୁଖ ଆୟ ଉତ୍ସ ଭିତରୁ ଲଡ୍ଡୁ ପ୍ରସାଦ ଗୋଟିଏ।
ବିଶେଷ କରି ପର୍ବ ପର୍ବାଣୀ ସମୟରେ ତିରୁପତି ମନ୍ଦିର ପ୍ରସାଦମ୍ ବା ଲଡ୍ଡୁର ଚାହିଦା ବୃଦ୍ଧି ପାଇଥାଏ । 2015 ମସିହାରେ କେବଳ ଲଡ୍ଡୁ ବିକ୍ରୀ କରି ସର୍ବାଧିକ 10 ଲକ୍ଷ ଟଙ୍କା ଆୟ ହୋଇଥିଲା । ଯାହା ରେକର୍ଡ ସୃଷ୍ଟି କରିଥିଲା । ପୂର୍ବରୁ ଏହି ଲଡ୍ଡୁ କାରିଗରମାନେ ତିଆରି କରୁଥିଲେ । ହେଲେ ଏବେ ସ୍ୱୟଂଚାଳିତ ମେସିନ ଦ୍ୱାରା ଏହାକୁ ତିଆରି କରାଯାଉଛି ।