ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ତିଶ ହଜାରି କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ନେଇ ଆଜି ପୋଲିସ କର୍ମଚାରୀ ହେଡ଼ କ୍ୱାଟର (PHQ) ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତିସ ଜହାରି କୋର୍ଟରେ ଓକିଲ ଏବଂ ପୋଲିସଙ୍କ ମଧ୍ୟରେ ଶନିବାର ଦିନ ହୋଇଥିବା ମତଭେଦ ପରେ ସୋମବାର ଓକିଲମାନେ ଅଦାଲତରେ କାମ ବନ୍ଦ କରି ପୋଲିସମାନଙ୍କୁ ବିରୋଧ କରିଥିଲେ । ଏହାଦ୍ୱାରା ହାଇକୋର୍ଟରେ କାମ ପୁରାପୁରି ଭାବରେ ଠପ୍ ହୋଇଯାଇଥିଲା । ସବୁ ଅଦାଲତରେ ଶୁଣାଣି ସ୍ଥଗିତ କରାଯାଇଥିଲା । ଅଦାଲତରେ ସକିଲ ପୋଲିସ ବିରୋଧରେ ନାରାବାଜି କରିଥିଲେ । ଏହାସହ ଆରୋପି ପୋଲିସ କର୍ମଚାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ହାଇକୋର୍ଟରେ ଓକିଲଙ୍କ ବିରୋଧକୁ ଶାନ୍ତିପୂର୍ଣ୍ଣ ରହିଥିଲା । ଯାହାକୁ ନେଇ ଓକିଲ ସଂଘ ବିରୋଧ କରିବାକୁ ଆଗେଇ ଆସିଥିଲେ ।
ସେପଟେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଓକିଲ ଅଙ୍କଲ, ମୋ ବାପା ତ ପୋଲିସ । ସମସ୍ତେ କୁହନ୍ତି ସେ କମ୍ ପାଠ ପଢ଼ିଛନ୍ତି । ବୋକା ଟିକେ ଅଟନ୍ତି । ଆଇନ ବିଷୟରେ ଏତେ କିଛି ଜଣାନାହିଁ । କିନ୍ତୁ ଆପଣ ତ ଶିକ୍ଷିତ । ଆପଣଙ୍କୁ ଆଇନ ବିଷୟରେ ସବୁ କିଛି ଜଣାଅଛି । ଦିଲ୍ଲୀ ପୋଲିସର ଯବାନ ମାନଙ୍କ ସମର୍ଥନରେ ଏହିପରି ମେସେଜ୍ ସୋମବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମେସେଜ୍ ସୋମବାର ସନ୍ଧ୍ୟାଠାରୁ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ‘ ଓକିଲ ଅଙ୍କଲ ମୋ ବାପା ତ ପୋଲିସ’, ଏହି ମେସେଜ୍ ଏକ ଛୋଟ ଛୁଆ ଦେଖାଉଛି । ଏହି ମେସେଜ୍ରେ ଆଗକୁ ଲେଖାଯାଇଛି ଯେ, ମୋ ବାପା ଆପଣଙ୍କ କିଛି ସାଥିଙ୍କ ସହ ଝଗଡ଼ା କରିଥିଲେ ଏବଂ ତାଙ୍କୁ ଜବତ କରିଥିଲେ । ତେବେ ଆପଣଙ୍କୁ 100 ନମ୍ୱରରେ କଲ କରିବାର ଥିଲା । ଆପଣ ଜର୍ଜ ସାହେବଙ୍କ ପାଖକୁ ଯାଇ କପ୍ଲେଂନ ମଧ୍ୟ କରିପାରିଥାନ୍ତେ । କିନ୍ତୁ ଆପଣ ମୋ ବାପାଙ୍କୁ କାହିଁକି ମାରିଲେ । କାନୁନ ନିଜ ହାତକୁ କାହିଁକି ନେଇଛନ୍ତି ।
ଅର୍ଗସ ବ୍ୟୁରୋ : ମିଜୋରାମରେ ବଦଳିଲା ସରକାର । ପରାସ୍ତ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ମଜୋରାମ ବିଧାନସଭା ନିର୍ବାଚନ ପାଇଁ ମତ ଗଣନା ସରିଛି । ଏବଂ ଏହାସହ ଗାଦିଚ୍ୟୁତ ହୋଇଛି ଏମଏନଏଫ୍ । ୪୦ ଆସନ ବିଶିଷ୍ଟ ବିଧାନସଭାର ୨୭ ଟି ଆସନ କବ୍ଜା କରିଛି ଜୋରାମ ପିପୁଲ୍ସ ମୁଭମେଣ୍ଟ । ସବୁଠାରୁ ବଡ଼ କଥା କ୍ଷମତାରେ ଥିବା ଏମଏନଏଫ ୧୧ ଜଣ ମନ୍ତ୍ରୀଙ୍କୁ ଟିକେଟ ମିଳିଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ପରାସ୍ତ ହୋଇଛନ୍ତି । ଏମଏନଏଫକୁ କେବଳ ୧୦ଟି ଆସନ ମିଳିଛି । \
ଅଧିକ ପଢନ୍ତୁ ଭାରତ ଖବର
ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଏମଏନଏଫର ମୁଖିଆ ଜୋରମଥାଂଗା ନିଜ ସିଟ ମଧ୍ୟ ବଞ୍ଚାଇ ପାରି ନାହାନ୍ତି । ଆଇଜୋଲ ଆସନରୁ ZPMର ଲାଲଥାନସାଂଗାଙ୍କ ଠାରୁ ୨,୧୦୧ ଭୋଟରେ ପରାସ୍ତ ହୋଇଛନ୍ତି ଜୋରାମଥାଂଗା । ଲାଲଥାନସାଂଗାଙ୍କୁ ୧୦,୭୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ଜୋରାମଥାଂଗାଙ୍କୁ ୮୬୨୬ ଖଣ୍ଡ ଭୋଟ ମିଳିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି ।
ସେହିପରି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ୧୩୫ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ରାଜ୍ୟରେ ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ତେବେ ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ । ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି । ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଲାଲଦୁହୋମା ବିଜୟ ପରେ କହିଛନ୍ତି, ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ । ଏଠାରେ ଏହା ହିଁ ରେଜଲ୍ଟ ହେବାର ଥିଲା । ଏବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯିବ ।
ଅର୍ଗସ ବ୍ୟୁରୋ : ରାତି ପାହିଲେ ପଢୁଆଁ ଅଷ୍ଟମୀ । ପଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ଭକ୍ତିମୟ ପରିବେଶରେ ପୁରି ଉଠିଛି ଶ୍ରୀକ୍ଷେତ୍ର । ନିଆଳି ମାଧବାନନ୍ଦ ମନ୍ଦିରରୁ ଆସିଛି ମହାପ୍ରଭୁଙ୍କ ପାଇଁ ପ୍ରଥମାଷ୍ଟମୀ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସୂତନ୍ତ୍ର ଭୋଗ । ଯାହା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।
ଯାହାକୁ ନେଇ ପୁରୀ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ ଶ୍ରୀମନ୍ଦିର ସତ୍ୟଲିପି ଓ ଇତିହାସରେ ମହାପ୍ରଭୁଙ୍କର ସେଭଳି କିଛି ମାମୁଁ ଘର ନଥିବା କୁହାଯାଉଥିଲେ ମଧ୍ୟ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଗତ କିଛିବର୍ଷ ହେଲା ପ୍ରଥମାଅଷ୍ଟମୀ ଭାର ଆସୁଅଛି । ନିଆଳି ମାଧବନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କୁ ମାମୁଁ ଘର ବୋଲି ଦାବୀ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଳି ମାଧବ ମନ୍ଦିରରରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ପ୍ରାଚୀ ନଦୀ ତଟରେ ଥିବା ନିଆଳି ମାଧବ ମନ୍ଦିରରୁ ଭଜନ ଜଣାଣ ଓ ସଂକୀର୍ତ୍ତନ ମାଧ୍ୟମରେ ବିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚବି ପରେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘରକୁ ନେଇ ପ୍ରତିବର୍ଷ ଏହି ଭାର ଯୋଗୁଁ ବିଭିନ୍ନ ସମୟରେ ବିବାଦ ଉପୁଜୁଥିବା ବେଳେ, ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି । ସେପଟେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବାବେଳେ ଏହାକୁ ବିଶ୍ଳେଷଣ କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୋଟିଏ ପଟେ ଅସ୍ଥା ଓ ବିଶ୍ୱାସ, ଅନ୍ୟପଟେ ପରମ୍ପରା ଓ ଶାସ୍ତ୍ରୀୟ ମତରେ ଛନ୍ଦୀ ହୋଇଛି ମହାପ୍ରଭୁଙ୍କ ପଢୁଆଁ ଅଷ୍ଟମୀ ଭାର ।