ଟିଏମସି କର୍ମକର୍ତ୍ତାମାନେ ଦୋକାନ ଭଙ୍ଗାରୁଜା କରିବା ସହ ନୀରିହ ଲୋକଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏପରିକି ଅନେକ ସୋ ରୁମର କାଚ ଭାଙ୍ଗି ଜିନିଷ ମଧ୍ୟ ଲୁଟି ନେଇଯାଉଥିବାର ଦେଖାଯାଇଛି।
ପଶ୍ଚିମବଙ୍ଗରେ ଜିତିବା ପରେ ଟିଏମସି ପୁଣି ଅତ୍ୟାଚାର ଆରମ୍ଭ କରିଛି । ବିଶେଷ କରି ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ମମତା ବାନାର୍ଜୀ ପରାସ୍ତ ହେବା ପରେ ନନ୍ଦିଗ୍ରାମରେ ଟିଏମସି ବହୁ ହିଂସାକାଣ୍ଡ ଘଟାଇଛି ।