ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ପରେ ଆଜି ସନ୍ଧ୍ୟାରେ ନୂଆ କେନ୍ଦ୍ର କ୍ୟାବିନେଟ୍ ପ୍ରଥମ ବୈଠକ ବସିବ । ଶୁକ୍ରବାର ସନ୍ଧ୍ୟା ୫ଟାରେ ବୈଠକ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଲୋକସଭାର ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଯିବ । ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ବିଭିନ୍ନ କ୍ୟାବିନେଟ୍ ସମିତି ଭଳି ସୁରକ୍ଷା ମାମଲାରେ ମନ୍ତ୍ରୀମଣ୍ଡଳୀୟ ସମିତି, ସଂସଦୀୟ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି ଏବଂ ରାଜନୈତିକର ମନ୍ତ୍ରୀମଣ୍ଡଳୀୟ ସମିତି ଉପରେ ନିଷ୍ପତି ନେବେ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୫୭ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଶୁକ୍ରବାର ବୈଠକରେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରାଯିବ । ମୋଦିମନ୍ତ୍ରୀମଣ୍ଡଳରେ ରାଜନାଥ ସିଂହ ୨ୟ ସ୍ଥାନରେ ରହିବେ । ରାଜନାଥ ସିଂହ ଗୃହମନ୍ତ୍ରୀ ହେବେ କି ନାହିଁ ତାହା ଜଣାପଡିନାହିଁ । ତେବେ କେଉଁ ପଦ କାହାକୁ ଦିଆଯିବ ତାହା ନେଇ ଚର୍ଚ୍ଚା ଜୋର୍ ଧରିଛି । ଗତକାଲି ରାଷ୍ଟ୍ରପତି ଭବନ ପରିସରରେ ମୋଦି ଆମନ୍ତ୍ରିତ ୮୦୦୦ ଅତିଥିଙ୍କ ଉପସ୍ଥିତିରେ ଶପଥ ପାଠ କରିଥିଲେ ।