ନୂଆଦିଲ୍ଲୀ: ଇଦ ଜୁହା ବା ବକ୍ରୀ ଇଦ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଦେଶବାସୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଇଦ ଜୁହା ପର୍ବ ବଳିଦାନ ଏବଂ ବନ୍ଧୁତ୍ୱର ଆତ୍ମାକୁ ପ୍ରତୀକ କରନ୍ତି ଯାହା ସମସ୍ତଙ୍କୁ ଏକ ଏବଂ ସମସ୍ତଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ। ଏହି ଉତ୍ସବରେ ରାଷ୍ଟ୍ରପତି ଲୋକମାନଙ୍କୁ ଅନ୍ୟମାନଙ୍କ ସହିତ ସେମାନଙ୍କର ଖୁସି ବାଣ୍ଟିବାକୁ ଏବଂ ପାରସ୍ପରିକ ସମନ୍ୱୟ ରକ୍ଷା କରିବାକୁ କହିଛନ୍ତି। କୋଭିଡ -19 ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଥିଲେ।
ସେହିପରି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି, ଇଦ-ଉଲ୍-ଜୁହା ହେଉଛି ଭଗବାନଙ୍କ ପ୍ରତି ଅବିସ୍ମରଣୀୟ ଭକ୍ତି ଏବଂ ସର୍ବ ଶକ୍ତିମାନ୍ ଙ୍କ ସୃଷ୍ଟି ପାଇଁ ଥିବା ଅସୀମ ଦୟା ଏବଂ ପ୍ରେମ। ସେ କହିଛନ୍ତି, ଏହି ଉତ୍ସବ ଆମକୁ ସମବେଦନା, ବଳିଦାନ ଅଭ୍ୟାସ କରିବା ସହ ଭାଇଚାରାକୁ ପ୍ରୋତ୍ସାହିତ କରିବାକୁ ପ୍ରେରଣା ଯୋଗାଏ ।
ବଳିଦାନ ପର୍ବ, ଇଦ୍-ଉଲ୍-ଜୁହା ବା ବକ୍ରି ଇଦ ଆଜି ସାରା ଦେଶରେ ଧାର୍ମିକ ଉତ୍ସାହ ଏବଂ ସମ୍ମାନର ସହ ପାଳନ କରାଯାଉଛି। କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଅଧିକାଂଶ ସ୍ଥାନରେ ଜନସମାଗମ ପ୍ରାର୍ଥନା ହେଉ ନାହିଁ। ଇଶ୍ବରଙ୍କ ଆଦେଶ ପାଳନ କରି ଏକମାତ୍ର ପୁତ୍ରକୁ ବଳିଦାନ ଦେବାକୁ ଇବ୍ରାହିମଙ୍କ ଇଚ୍ଛାକୁ ସ୍ମରଣ କରିବା ପାଇଁ ଇଦ୍-ଉଲ୍-ଜୁହା ପାଳନ କରାଯାଏ। ଗତକାଲି କେରଳରେ ଇଦ୍-ଉଲ-ଜୁହା ପାଳନ କରାଯାଇଥିଲା।
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଗ୍ୟାସ ମୂଲ୍ୟ କମାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବରାତ୍ରୀ ଏବଂ ଆସୁଥିବା ପର୍ବପର୍ବଣୀ ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣି ଥରେ ଦେଶର ମାଆ, ଭଉଣୀଙ୍କୁ ଉପହାର ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଉଜ୍ଜ୍ୱଳା ଯୋଜନାରେ ଦିଆଯାଉଥିବା ଗ୍ୟାସ ମୂଲ୍ୟ ୩୦୦ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି । ପୂର୍ବରୁ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୨୦୦ ଟଙ୍କାର ସବସିଡି ଦିଆଯାଉଥିଲା ।
ଗତ ଅଗଷ୍ଟ ମାସରେ ୨୦୦ ଏବଂ ଆଜି ୧୦୦ ଟଙ୍କା ହ୍ରାସ କରିବାର ନିଷ୍ପତି ନେବା ପରେ ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଇବେ । ମହିଳାଙ୍କ ଆଖିରୁ ଲୁହ ପୋଛିବା, ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସମ୍ମାନ ଓ ସଶକ୍ତିକରଣ ଦିଗରେ ଏହା ଏକ ସମ୍ବେଦନଶୀଳ ପଦକ୍ଷେପ । ଗରିବ ଏବଂ ମହିଳା କଲ୍ୟାଣ ଦିଗରେ ଏହି ଜନକଲ୍ୟାଣକାରୀ ନିର୍ଣ୍ଣୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୯ ତାରିଖରେ ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏଲପିଜି ହିତାଧିକାରୀଙ୍କ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ କରିବା ସହ ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ନିଷ୍ପତି ଫଳରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମଧ୍ୟ ପୂର୍ବ ମୂଲ୍ୟକୁ ହ୍ରାସ କରି ଗ୍ୟାସ ମୂଲ୍ୟ ଉପରେ ମୋଟ ୪୦୦ ଟଙ୍କାର ଛାଡ୍ ମିଳିଥିଲା । ଆଜି ପୁଣି ଥରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ୧୦୦ ଟଙ୍କା କମିବା ସ୍ୱାଗତଯୋଗ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଡ୍ରାଇଭର ଙ୍କୁ ମାଡ଼ ମାରି ୧ଲକ୍ଷ ୨୦ ହଜାର ଜରିମାନା ଗଣିଲେ ବାଲିଘାଟ ମାଲିକ। ସୋମବାର ଦିନ ନୂଆପାଟଣା ଗ୍ରାମର ଡ଼୍ରାଇଭର ପିତାମ୍ବର ନାୟକଙ୍କୁ ବିନା କାରଣ ରେ ବ୍ରହ୍ମପୁରା ବାଲିଘାଟ ନିକଟରେ ମାଡ଼ ହୋଇଥିଲା। ଡ୍ରାଇଭର ବ୍ରହ୍ମପୁରା ବାଲିଘାଟକୁ ବାଲି ଆଣିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରହ୍ମପୁରା ବାଲିଘାଟ ନିକଟରେ ନରସିଂହପୁର ଡ୍ରାଇଭର ମହାସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ଡ୍ରାଇଭର ବାଲିଘାଟ କୁ ବନ୍ଦ କରି ରଖିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ନିଜିଗଡ଼ ସ୍ଥିତ ଡ୍ରାଇଭର ସଙ୍ଘ ମୁଖ୍ୟ କାର୍ଯ୍ୟାଳୟରେ ବାଲିଘାଟ ପରିଚାଳକ, ମାଲିକ ଓ ଆହତ ଡ୍ରାଇଭରଙ୍କ ସହ ନରସିଂହପୁର ଡ୍ରାଇଭର ମହାସଙ୍ଘ ର ସଭାପତି, ଉପସଭାପତି ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଡ୍ରାଇଭର ଏକଜୁଟ ହୋଇ ବାଲିଘାଟ ଉପରେ ୧ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ସହ ଭବିଷ୍ୟତରେ କୌଣସି ଡ୍ରାଇଭରଙ୍କୁ ଆକ୍ରମଣ ନ କରିବାକୁ ଉପଦେଶ ଦେଇଛନ୍ତି।