ଅଧିକ ପଢନ୍ତୁ : ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ
ପ୍ରଥମ ମ୍ୟାଚ୍ ରେ ଭାରତର ବୋଲିଂ ଲାଇନରେ ଧରାସାୟୀ ହୋଇଥିଲା ଅଷ୍ଟେଲିଆ ଟିମ୍ । ମାତ୍ର ୧୮୮ ରନ୍ ରେ ଅଲଆଉଟ ହୋଇଯାଇଥିଲା ସମସ୍ତ ଖେଳାଳି । ସାମି ଓ ସିରାଜଙ୍କୁ ମିଳିଥିଲା ୩ଟି ଲେଖାଏଁ ୱିକେଟ । ତେଣୁ ଆଜିର ମ୍ୟାଚ୍ ରେ ମଧ୍ୟ ଭାରତ ସେହିଭଳି ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଦେଶବାସୀ । ବିଶାଖାପାଟଣା ଗ୍ରାଉଣ୍ଡରେ ମଧ୍ୟ ଭାରତର ରେକର୍ଡ ଭଲ ରହିଛି । ଏଠାରେ ୯ଟି ଦିନିଆ ମ୍ୟାଚ୍ ଖେଳାଯାଇଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍ ରେ ପରାସ୍ତ ହୋଇଛି ଭାରତ । ୭ଟିରେ ବିଜୟୀ ଓ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି । ଅନ୍ୟପଟେ ଆଜି ବିଶାଖାପାଟଣାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବର୍ଷା ହେଲେ ମ୍ୟାଚ୍ ବାତିଲ କିମ୍ବା ଓଭର କମାଯିବାର ଆଶଙ୍କା ମଧ୍ୟ ରହିଛି ।
ଅଧିକ ପଢନ୍ତୁ ଖେଳ ଖବର