ନିକଟରେ ବଡ଼ମ୍ବା, ଆଠଗଡ଼, ଗଞ୍ଜାମ, ସମ୍ବଲପୁରରୁ ଦାନ୍ତ ପାଇଁ ଦନ୍ତା ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ହାତୀ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ହାତୀ ହତ୍ୟା ପଛରେ ବନ ବିଭାଗର ମଧ୍ୟ ହାତ ରହିଥିବା ପ୍ରମାଣ ମିଳିଛି ତେଣୁ ହାତୀ ବଂଶ ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି । 2019 ରୁ 2022 ମଧ୍ୟରେ ରାଜ୍ୟରେ ମୋଟ ୨୪୫ ଟି ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ 36ଟି ହାତୀ, କେନ୍ଦୁଝରରେ 21, ଅନୁଗୁଳ ଓ ସାତକୋଶିଆରେ 12 ଟି, ଆଠଗଡ଼ , ଦେବଗଡ଼ , ଶିମିଳିପାଳ ଦକ୍ଷିଣରେ 11 , କଳାହାଣ୍ଡି ଦକ୍ଷିଣରେ 10ଟି , ଖୋର୍ଦ୍ଧା 10ଟି ହାତୀଙ୍କର ମୃତ୍ୟୁ ହୋଇଛି । ଗତ ୧୨ ବର୍ଷରେ ରାଜ୍ୟରେ ସମୁଦାୟ ୯୫୪ଟି ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୪ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ପ୍ରାକୃତିକ ସମ୍ପଦ ଖବର ଆହୁରି ପଢ଼ନ୍ତୁ ।
ଆଜି ବିଶ୍ୱ ହସ୍ତୀ ଦିବସ

ଅର୍ଗସ ବ୍ୟୁରୋ: ଆଜି ବିଶ୍ୱ ହସ୍ତୀ ଦିବସ । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ । 2012ରୁ ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ତେବେ ଓଡିଶାରେ ହାତୀଙ୍କ ସ୍ଥିତି କଣ ? କେତେ ସୁରକ୍ଷିତ ଅଛନ୍ତି ହାତୀ ତାହା ବଡ଼ ପ୍ରଶ୍ନ ।
Download Argus News App
