ଏଥି ସହିତ ରାଜ୍ୟମାନଙ୍କୁ GST କ୍ଷତିପୂରଣ ସମୟ ସୀମାରେ କେନ୍ଦ୍ର ସରକାର ଆଉ 4ବର୍ଷ ବୃଦ୍ଧି କରିଥିବା ବେଳେ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। 2017 ମସିହାରୁ ଜିଏସ୍ଟି ବ୍ୟବସ୍ଥା ଲାଗୁ ହେବା ଫଳରେ ରାଜ୍ୟ ମାନଙ୍କର ହେଉଥିବା ରାଜସ୍ୱ କ୍ଷତି ଭରଣା କରିବା ପାଇଁ ଏହି କ୍ଷତିପୂରଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏବେ ଏହାକୁ ୪ ବର୍ଷ ଅର୍ଥାତ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ GST କ୍ଷତିପୂରଣ ସମୟସୀମାକୁ ବୃଦ୍ଧି କରାଯାଇଛି।
ଦୁଇ ଦିନ ଧରି ଚାଲିବ ବୈଠକ

ଭୁବନେଶ୍ୱର: ଆଜି 47ତମ ଜିଏସଟି କାଉନସିଲ ବୈଠକ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚଣ୍ଡିଗଡ ଠାରେ 28, 29 ଦୁଇ ଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ୬ମାସର ବ୍ୟବଧାନ ପରେ ପୁଣିଥରେ ଜିଏସଟି କାଉନସିଲ ବୈଠକ ବସୁଥିବା ବେଳେ ଏଥିରେ ହାତଗଣତି କିଛି ସାମଗ୍ରୀ ଉପରେ ସେବା ଟିକସ ବୃଦ୍ଧି ହାରରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ପ୍ରାୟ 215ରୁ ଅଧିକ ସାମଗ୍ରୀ ଉପରେ ସେବା ଟିକସରେ ପରିବର୍ତ୍ତନ ହୋଇପାରେ ବୋଲି ସମୀକ୍ଷକ ମାନେ ଆକଳନ କରିଛନ୍ତି।
ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ସାଢେ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ତେବେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶମାର୍ଗରୁ କରିବେ ସମୀକ୍ଷା । ସାରା ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି
Download Argus News App
