ଏଲ୍ଫିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ବିଦେଶକୁ ଉଚ୍ଚ ଶିକ୍ଷା ପାଇଁ ଯାଇ ଅର୍ଥନୀତିରେ ପିଏଚ୍.ଡି ହାସଲ କରିଥିବା ପ୍ରଥମ ଭାରତୀୟ ପାଲଟିଥିଲେ । ସ୍ବାଧୀନତା ପରେ ସେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ହୋଇଥିଲେ। ୧୯୫୬ ଡିସେମ୍ବର ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା।
ଆଜି ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ

ଅର୍ଗସ ବ୍ୟୁରୋ: ଆଜି ଭାରତରତ୍ନ ତଥା ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ । ଏହି ଅବସରରେ ନୂଆଦିଳ୍ଲୀରେ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଜଗଦିନ ଧନକର । ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶର ଏକ ଦଳିତ ମରାଠୀ ପରିବାରରେ ଜନ୍ମ ହୋଇଥିଲେ ବାବାସାହେବ ଆମ୍ବେଦକର। ୧୪ ଜଣ ଭାଇଭଉଣୀଙ୍କ ମଧ୍ୟରୁ କେବଳ ସେ ହାଇସ୍କୁଲ ଯାଏ ପହଞ୍ଚି ପାରିଥିଲେ।
Download Argus News App
