ଏଥିରେ ଉପସ୍ଥିତ ନେତାମାନେ ଭାରତ ଏବଂ ମଧ୍ୟ ଏସୀୟ ଦେଶ ମଧ୍ୟରେ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ଆଲୋଚନା କରିବେ । ଏହାସହ ଆଞ୍ଚଳିକ ସୁରକ୍ଷା ସହ ସମ୍ପର୍କ ମଜବୁତ ଉପରେ ମଧ୍ୟ ବିଚାରବିମର୍ଶ କରିବେ । ଭାରତ ଏବଂ ମଧ୍ୟ ଏସିଆ ଦେଶ ମଧ୍ୟରେ ନେତାଙ୍କ ସ୍ତରରେ ଏହା ପ୍ରଥମ ବୈଠକ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଅର୍ଗସ ବ୍ୟୁରୋ: ଆଜି ଭାରତ-ମଧ୍ୟ ଏସିଆ ଶିଖର ସମ୍ମିଳନୀ । ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀରେ ପାଞ୍ଚଟି ଦେଶର ରାଷ୍ଟ୍ରପତି ଅଂଶଗ୍ରହଣ କରିବେ । କାଜାଖସ୍ତାନ, ଉଜବେକିସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ କିର୍ଗିଜଜ ଗଣତନ୍ତ୍ରର ରାଷ୍ଟ୍ରପତି ଭର୍ଚୁଆଲ୍ ମାଧ୍ୟମରେ ସମ୍ମିଳନୀରେ ସାମିଲ ହେବେ ।

ଅର୍ଗସ ବ୍ୟୁରୋ : ବିରାଟ ଝଡ଼ର ରୂପ ନେଇଛି ବାତ୍ୟା ‘ବିପର୍ଯ୍ୟୋୟ’। ଗତ ୬ ଘଣ୍ଟା ହେଲା ଉତ୍ତର ଆଡ଼କୁ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର କହିବା ଅନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଉତ୍ତରମୁହାଁ ହୋଇ ଗତି କରିବ। ତା’ପରେ ଏହା ଆସନ୍ତା ୩ ଦିନ ଭିତରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଭାରତର ଦକ୍ଷିଣପଶ୍ଚିମ ରାଜ୍ୟଗୁଡ଼ିକର ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବ। ବାୟୁର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କିଲୋମିଟରରେ ପହଞ୍ଚିବ।
ଅଧିକ ପଢନ୍ତୁ : "ବିପର୍ଯ୍ୟୟ"ର ନାମକରଣ କିଏ କରିଛି ?
ଆସନ୍ତା ୩ରୁ ୪ ଦିନରେ ଭିତରେ ଏହା ଘଣ୍ଟା ପ୍ରତି ୧୬୦ କିମି ବେଗରେ ବି ପ୍ରବାହିତ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ବାତ୍ୟା ‘ବିପର୍ଯ୍ୟୋୟ’ ଭାରତର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡ଼ିକୁ ମାଡ଼ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ ଏବଂ କେରଳର ଉତ୍ତର ଉପକୂଳ, କର୍ଣ୍ଣାଟକ ଓ ଗୋଆରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ। ଜୁନ ୮ରେ ୧୧୫-୧୨୫ କିମି ବେଗରେ ଏବଂ ସଂଧ୍ୟା ସୁଦ୍ଧା ସ୍ଥଳ ବିଶେଷରେ ୧୪୦ କିମି ବେଗରେ ପବନ ବହିବ। ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ଏହା ଅନୁଭୂତ ହେବ।
